24.1 C
Bhubaneswar
Wednesday, January 1, 2025
HomeUncategorizedଊଜ୍ଜଳା ଯୋଜନାରେ ସାମିଲ ହେବେ ଏକ କୋଟି ଲାଭାର୍ଥୀ

ଊଜ୍ଜଳା ଯୋଜନାରେ ସାମିଲ ହେବେ ଏକ କୋଟି ଲାଭାର୍ଥୀ

ନୂଆଦିଲ୍ଲୀ : ସାଧାରଣ ବଜେଟ ୨୦୨୦-୨୧ରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ କେତେକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ସଂସଦରେ କହିଥିିଲେ ଯେ , ସରକାର କୋଭିିଡ -୧୯ ମହାମାରୀ ତଥା ଲକଡାଉନ ସମୟରେ ମଧ୍ୟ ଦେଶବାସୀଙ୍କୁ ଇନ୍ଧନର ଯେପରି ଅସୁବିଧା ନହୁଏ ତାହା ପ୍ରତି ଧ୍ୟାନ ରଖିଥିଲେ । ଲୋକଙ୍କ ଜୀବନରେ ଇନ୍ଧନର ଥିବା ଅତ୍ୟନ୍ତ ମହତ୍ୱପୁର୍ଣ୍ଣ ସ୍ଥିତିକୁ ଅନୁଧ୍ୟାନ କରି ଉଜ୍ଜ୍ୱଳା ଯୋଜନା ଅନୁସାରେ ଦେଶର ୮ କୋଟି ପରିବାରକୁ ଲାଭ ମିଳିଛି । ଏବେ ଏହି ଯୋଜନାରେ ୧ କୋଟି ଲାଭାର୍ଥୀିଙ୍କୁ ସାମିଲ କରାଯିବ । ଏହା ସହିତ ଆସନ୍ତା ୩ ବର୍ଷ ଭିତରେ ୧୦୦ ଟି ଅଧିକ ଜିଲ୍ଲାକୁ ସିଟି ଗ୍ୟାସ ବିତରଣ ପ୍ରକ୍ରିୟାରେ ସାମିଲ କରାଯିବ ।

ଏହା ସହ ଜାମ୍ମୁ କାଶ୍ମୀରରେ ମଧ୍ୟ ଗ୍ୟାସ ପାଇପଲାଇନ ପରିଯୋଜନା ଆରମ୍ଭ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ ।

ଏକ ସ୍ୱତନ୍ତ୍ର ଗ୍ୟାସ ଟ୍ରାନ୍ସପୋଟ ସିଷ୍ଟମ ଅପରେଟରର ଗଠନ କରାଯିବ । ଯାହାଦ୍ୱାରା ବିନା କୌଣସି ଭେଦଭାବରେ ଖୋଲାରେ ଆଧାର କାର୍ଡ ମାଧ୍ୟମରେ ସମସ୍ତଙ୍କୁ ପ୍ରାକୃତିକ ଗ୍ୟାସ ପାଇପ ଲାଇନର କମନ କୋରିୟର କାପାସିଟି ପାଇଁ ବୁକିଂ ସୁବିଧା ପ୍ରଦାନ କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking