28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଓଡିଶା ପାଇଁ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ

ଓଡିଶା ପାଇଁ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ

ଭୁବନେଶ୍ୱର : ଓଡିଶାକୁ କେନ୍ଦ୍ରିୟ ଟିକସ ଅଂଶ ହ୍ରାସ ପାଇବ । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ଅଂଶଧନ ୪.୬୨୯ ପ୍ରତିଶତ ରୁ ୪. ୫୨୮ ପ୍ରତିଶତକୁ କମିବ । ଯାହାଦ୍ୱରା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ୪.୫୨୮ହାରରେ ରାଜ୍ୟକୁ କେନ୍ଦ୍ରୀୟ ଟିକସର ଭାଗ ମିଳିବ । ରାଜ୍ୟର ଆକାର ଲୋକ ସଂଖ୍ୟା , ଜଙ୍ଗଲ ଓ ପରିବେଶ ଟିକସ ଆଦି କ୍ଷେତ୍ର ବିଚାର କରି ଏହା ନିର୍ଦ୍ଧାରଣ କରାଯାଇଛି । ଚର୍ତୁଦ୍ଦଶ ଅର୍ଥ କମିଶନ ଟିକସ ଅର୍ଥରୁ ୪୨ ପ୍ରତିଶତ ରାଜ୍ୟ ମାନଙ୍କୁୁ ଦେବା ପାଇଁ ସୁପାରିଶ କରାଯାଇଥିଲା କିନ୍ତୁ ପଞ୍ଚଦଶ ଅର୍ଥ କମିଶନ ଏହାକୁ ୪୧ ପ୍ରତିଶତକୁ କମାଇ ଦେଇଛନ୍ତି । ପଞ୍ଚଦଶ ଅର୍ଥ କମିଶନଙ୍କ ରିିପୋର୍ଟ ଅନୁସାରେ ଏହି ବର୍ଷ ପଞ୍ଚାୟତରାଜ ଅନୁଷ୍ଠାନକୁ ୧୬୬୯ କୋଟି ଟଙ୍କା ଓ ପୌର ସଂସ୍ଥାକୁ ୮୨୨ କୋଟି ଟଙ୍କା ମିଳିବ । ୨୦୨୫-୨୬ ସୁଦ୍ଧା ଓଡିଶାର ପଞ୍ଚାୟତ ରାଜ୍ୟ ଅନୁଷ୍ଠାନ ୮ ହଜାର ୮୦୦ କୋଟି ଓ ପୌରସଂସ୍ଥା ୪ ହଜାର ୩୯୮ କୋଟି ଟଙ୍କା ପାଇବ ।
ଯେତିକି ଅର୍ଥ ରାଜ୍ୟକୁ ମିଳିବ , ସେଥିରୁ ପଞ୍ଚାୟତରାଜ ଅନୁଷ୍ଠାନକୁ ୨୦୨୧-୨୨ରେ ୬୭ ପ୍ରତିଶତ ଓ ପୌରସଂସ୍ଥାକୁ ୩୩ ପ୍ରତିଶତ ହାରରେ ଅର୍ଥ ଦିଆଯିବ ।

ଅର୍ଥ କମିଶନ ଶ୍ରୀମନ୍ଦିର ପାଇଁ ୧୭୫ କୋଟି ସୁପାରିଶ କରିଥିବା ବେଳେ , ବାତ୍ୟା ଅଞ୍ଚଳ ପାଇଁ ୱାର୍ଣ୍ଣିଂ ସେଣ୍ଟର ବାବଦକୁ ୮୦୦ କୋଟି ଟଙ୍କା ଆସିବ । ବାରବାଟୀ ଦୁର୍ଗ ଓ ଅନ୍ୟ ଐତିହ ସ୍ଥଳୀର ବିକାଶ ପାଇଁ ୧୫୦ କୋଟି ସମ୍ବଲପୁର ପୌରାଞ୍ଚଳର ଡ୍ରେନେଜ ବ୍ୟବସ୍ଥା ପାଇଁ ୫୦ କୋଟି , ନବରଙ୍ଗପୁର କେନ୍ଦୁଗୁଡା ନିକଟରେ ଇନ୍ଦ୍ରାବତୀ ଉପରେ ସେତୁ ନିର୍ମାଣ ପାଇଁ ୫୦ କୋଟି , ହିରାକୁଦ ଓ ମହାନଦୀର ବିକାଶ ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking