ଭୁବନେଶ୍ୱର: ବ୍ରହ୍ମପୁରରେ ଚାଲିଥିବା ଦଳୀୟ ସଭାରେ ବିଜେଡିକୁ ବିଚିତ୍ର ଜନତା ଦଳ କହିଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ବ୍ରହ୍ମପୁରରେ ଚାଲିଥିବା ଦଳୀୟ ସଭାରେ ନିରଂଜନ ଏଭଳି ମନ୍ତବ୍ୟ ଦେଇଛନ୍ତି । ୨୦ ବର୍ଷ ହେଲା ବିଜେଡି କିଛି କରିନି । କେବଳ ମଦ ଦୋକାନ ଖୋଲିଛି । ଗଂଜାମରେ ଯାହା କିଛି ହୋଇଛି, କଂଗ୍ରେସ ହିଁ କରିଛି । ଏହାକୁ ବାଦ ଦେଲେ ସେ ପେଟ୍ରୋଲ ଦର କମାଇବାକୁ ଦାବି କରିଛନ୍ତି । ପେଟ୍ରୋଲ ଦର ଅତି କମରେ ୧୦ ଟଙ୍କା କମାଇବାକୁ ସେ ଦାବି କରିଛନ୍ତି । ଦକ ନକମିଲେ ଆସନ୍ତା ୧୫ରେ ଓଡିଶା ବନ୍ଦ ଡାକରା ଦିଆଯିବ ବୋଲି କହିଛନ୍ତି ନିରଂଜନ ।