28.1 C
Bhubaneswar
Sunday, November 17, 2024
Homeବ୍ରେକୀଙ୍ଗହ୍ୱାଟସଆପ୍ ସିଇଓଙ୍କ ନିକଟକୁ ପତ୍ର ଲେଖିଲେ ଭାରତ ସରକାର

ହ୍ୱାଟସଆପ୍ ସିଇଓଙ୍କ ନିକଟକୁ ପତ୍ର ଲେଖିଲେ ଭାରତ ସରକାର

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକ୍ନୋଲୋଜୀ ମନ୍ତ୍ରାଳୟ ହ୍ୱାଟସଆପ ସିଇଓଙ୍କ ନିକଟକୁ ପତ୍ର ଲେଖିଛନ୍ତି । ପତ୍ରରେ ସେ ଲେଖିଛନ୍ତି ଯେ, ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ନୂଆ ଟର୍ମସ ଅଫ ସର୍ଭିସ ଓ ପ୍ରାଇଭେସି ପଲିସିକୁ ପ୍ରତ୍ୟାହାର କରି ନିଆଯାଉ । ହ୍ୱାଟସଆପ ଗ୍ଲୋବାଲ ସିଇଓ ବିଲ୍ କ୍ୟାଥୋର୍ଟଙ୍କୁ ଏହି ପତ୍ର ଲେଖାଯାଇଛି । ଏଥିରେ ମନ୍ତ୍ରାଳୟ ବ୍ୟବହାରକାରୀଙ୍କ ତଥ୍ୟ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି କି ଚାଟ ଡାଟା ବିଜନେସ ଆକାଉଣ୍ଟରୁ ସେୟାର କରିବା ଦ୍ୱାରା ଫେସବୁକର ଅନ୍ୟ କମ୍ପାନୀଙ୍କୁ ଉପଭୋକ୍ତାଙ୍କ ବିଷୟରେ ସମସ୍ତ ତଥ୍ୟ ମିଳିଯିବ । ଏହାଦ୍ୱାରା ତାଙ୍କ ତଥ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇପାରେ । ସମସ୍ତ ସର୍ତ୍ତ ଓ ନିୟମ ମାନନ୍ତୁ କିମ୍ବା ଛାଡନ୍ତୁ , ଏପରି କରିବାକୁ ହ୍ୱାଟସଆପ ବାଧ୍ୟ କରୁଛି ବୋଲି ମନ୍ତ୍ରାଳୟ କହିଛି । ସରକାର ହ୍ୱାଟସଆପକୁ ସୁପ୍ରିମକୋର୍ଟଙ୍କ ୨୦୧୭ ଫଇସଲାରେ ଆସିଥିବା ପ୍ରାଇଭେସି ନିୟମ ବିଷୟରେ ଧ୍ୟାନ ଦେବାକୁ କହିଛି । ମନ୍ତ୍ରାଳୟ ପଚାରିଛି ଯେ, ଯେତେବେଳେ ଭାରତୀୟ ସଂସଦରେ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ ଉପରେ ଚର୍ଚ୍ଚା ଚାଲିଛି ସେ ସମୟରେ ହ୍ୱାଟସଆପ ଏଭଳି ନିତୀ କଣ ପାଇଁ ଆଣିଲା । ଏହି ବିଲ ସଂଯୁକ୍ତ ସଂସଦୀୟ ସମିତିଙ୍କ ନିକଟରେ ବିଚାରଧୀନ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking