40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଉତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ - ଧର୍ମେନ୍ଦ୍ର ପ୍ରଧାନ

ଉତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ – ଧର୍ମେନ୍ଦ୍ର ପ୍ରଧାନ

 ଇଣ୍ଡିଆନ ଏଲ ଏବଂ ଏନଡ଼ିଏମସିକୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଶୁଭେଚ୍ଛା
 ଇଣ୍ଡିଆନ ଅଏଲର ସହଯୋଗରେ ଉତର ଦିଲ୍ଲୀର ରାଣିଖେରାରେ ନିର୍ମାଣ ହେବ ପ୍ଲାଂଟ୍‌
 ପ୍ଲାଂଟରେ ଦୈନିକ ୨୫୦୦ ମିଲିୟନ ଟନର ବର୍ଜ୍ୟ ବସ୍ତୁର ହେବ ପ୍ରକ୍ରିୟାକରଣ
 ଦିଲ୍ଲୀରେ ବର୍ଜ୍ୟବସ୍ତୁ ଭଳି ପ୍ରମୁଖ ସମସ୍ୟାର ହେବ ସମାଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ଉର୍ଜାକୁ ଆତ୍ମନିର୍ଭର କରିବା ଓ ସ୍ୱଚ୍ଛ ଭାରତ ମିଶନ
ଦିଗରେ ଯୁଗାନ୍ତକାରୀ ପଦକ୍ଷେପସ୍ୱରୂପ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ
ବର୍ଜ୍ୟବସ୍ତରୁ ଉର୍ଜା ଉତ୍ପାଦନ କରିବା ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ) ଏବଂ ଉତର
ଦିଲ୍ଲୀ ମହାନଗର ନିଗମ(ଏନଡ଼ିଏମସି) ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି ।
ଏହି ଅବସରରେ ଶ୍ରୀ ପ୍ରଧାନ ଇଣ୍ଡିଆନ ଅଏଲ ଏବଂ ଏନଡ଼ିଏମସିକୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଶୁଭେଚ୍ଛା
ଜଣାଇବା ସହ କହିଛନ୍ତି ଯେ ଏହି ପଦକ୍ଷେପ ଅନ୍ତର୍ଗତ ଉତର ଦିଲ୍ଲୀ ମହାନଗର ନିଗମର ରାଣିଖେରାରେ
ଏକ ପ୍ଲାଂଟ୍ ପ୍ରତିଷ୍ଠା କରାଯିବ । ଏହି ପ୍ଲାଂଟରେ ଉତର ଦିଲ୍ଲୀର ସମସ୍ତ ବର୍ଜ୍ୟବସ୍ତୁ ବା କଠିନ ଅଳିଆ
ଆବର୍ଜନାକୁ ଏକାଠୀ କରାଯାଇ ଏଥିରୁ ଇଣ୍ଡିଆନ ଅଏଲ ସହଯୋଗରେ ଇର୍ଜା ଉତ୍ପାଦନ କରାଯିବ ।
ଜୈବିକ ବର୍ଜ୍ୟରୁ ସିବିଜି ଉତ୍ପାଦନ କରାଯିବା ସହ ପ୍ଲାଷ୍ଟିକର ପୁନଃବ୍ୟବହାର କରାଯାଇ ପ୍ଲାଷ୍ଟିକ କିମ୍ବା
ସିନଗ୍ୟାସ ଉତ୍ପାଦନରେ ବ୍ୟବହାର ହେଉଥିବା ରିଫ୍ୟୁଜ୍ ଡିରାଇଭଡ୍ ଫ୍ୟୁଏଲ(ଆରଡ଼ିଏଫ)ର ମଧ୍ୟ
ଉତ୍ପାଦନ କରାଯିବ । ଏହି ପ୍ଲାଂଟରେ ଦୈନିକ ୨୫୦୦ ମିଲିୟନ ଟନର ବର୍ଜ୍ୟ ବସ୍ତୁ ପ୍ରକ୍ରିୟାକରଣ
କରାଯାଇ ଉର୍ଜା ଉତ୍ପାଦନ ହେବ ।
ମହାନଗର ନିଗମର କଠିନ ବର୍ଜ୍ୟବସ୍ତୁ(ଏମଏସଡବ୍ଲ୍ୟୁ)ର ପରିଚାଳନା ଦିଲ୍ଲୀରେ ପ୍ରମୁଖ ସମସ୍ୟା ଭାବେ
ଉଭା ହୋଇଛି ଏବଂ ପ୍ରସ୍ତାବିତ ଏହି ପ୍ଲାଂଟ୍ ଏହାର ସମାଧାନ କରିବା ସହ ଦିଲ୍ଲୀକୁ ସବୁଜ ଇନ୍ଧନ
ମାର୍ଗରେ ନେବ । ସଙ୍କୋଚିତ ବାୟୋଗ୍ୟାସ୍ କିମ୍ବା ସିବିଜି ସମେତ ବିଭିନ୍ନ ରୂପରେ ବିକଳ୍ପ ଶକ୍ତି ଉତ୍ପାଦନ
ପାଇଁ ଜୈବ ଇନ୍ଧନର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରି ଇନ୍ଧନ ଉପରେ ଆମଦାନୀ ନିର୍ଭରଶୀଳତା ହ୍ରାସ
କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।
ଏହି ଏମଓୟୁ କାର୍ଯ୍ୟକ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବାଇଜଲ, ଏନଡ଼ିଏମସିର ମେୟର ଜୟ
ପ୍ରକାଶ, ଏନଡ଼ିଏମସିର କମିଶନର ଜ୍ଞାନେଶ ଭାରତୀ, ଇଣ୍ଡିଆନ ଅଏଲର ଅଧ୍ୟକ୍ଷ ଏସ.ଏମ ବୈଦ୍ୟ
ଏବଂ ଇଣ୍ଡିଆନ ଅଏଲ ଓ ଏନଡ଼ିଏମସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking