ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଜଣେ ୧୪ ବର୍ଷିୟ ନାବାଳିକାକୁ ୫ ଦିନ ତଳେ ଉମରିଆ ଜିଲ୍ଲାରୁ ଅପହରଣ କରାଯାଇଥିଲା । ଏହି ଘଟଣାରେ ମୋଟ ୬ ଜଣଙ୍କୁ ପୋଲିସ ଗିରଫ କରିବା ସହିତ ଆଉଜଣଙ୍କୁ ଖୋଜିବାରେ ଲାଗିଛି । ନାବାଳିକା ଜଣକୁ ୧୧ ଜାନୂଆରୀରେ ଅପହରଣ କରାଯାଇଥିଲା ।
ନାବାଳିକା ଜଣକ ଘରକୁ ଫେରିବା ପରେ ଘଟଣାଟି ସାମନାକୁ ଆସିଛି । ଅପହରଣ ହେବାର ୫ ଦିନ ପରେ ଝିଅଟି ଘରକୁ ଫେରି ନିଜ ବାପା ମା’ଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲା । ଝିଅଟି ନିଜ ବାପା ମା’ଙ୍କ ସହିତ ଏକ ସୁଭାଷ ଗଞ୍ଜ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ । ସୂଚନା ଅନୁସାରେ ଝିଅଟିକୁ ଏକ ବଜାରରୁ ଅପହରଣ କରାଯାଇଥିଲା । ଅପହରଣ ହେବାର ଦିନେ ପରେ ଝିଅଟି ମା’ ଥାନାରେ ଅଭିଯୋଗ କରିଥିଲେ । ଝିଅଟି ଶନିବାର ଘରକୁ ଫେରି ସବୁ ଘଟଣା ଘରେ କହିଥିଲା ।
ବାପା ମା’ ଙ୍କ କହିବା ଅନୁସାରେ ତାଙ୍କ ଝିଅକୁ ଅପହରଣ କରାଯିବା ପରେ ଏକ ଢାବାରେ ଗଣ ଦୁଷ୍କର୍ମ କରିଥିଲା । ଏହା ପରେ ଅନ୍ୟ କିଛି ଜଣ ଯୁବକ ମଧ୍ୟ ନାବାଳିକାକୁ ବିଭିନ୍ନ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲେ । ପୋଲିସ ଏହାର ଯୁବକ ମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ଓ ଅନ୍ୟ ଜଣେ ଯୁବକକୁ ଖୋଜିବାରେ ଲାଗିଛି ।