30.1 C
Bhubaneswar
Wednesday, April 24, 2024
Homeସାଧାରଣତନ୍ତ୍ର ଦିବସଜାନୁଆରୀ ୨୬ର ବିଶେଷତା

ଜାନୁଆରୀ ୨୬ର ବିଶେଷତା

ଭୁବନେଶ୍ୱର : ୨୬ଜାନୁଆରୀକୁ ଆମ ସମ୍ବିଧାନ ପ୍ରଣୟନ ହୋଇଥିଲା । ଏହି ଦିନର କିଛି ବିଶେଷତା ଥିଲା ନା ଏହା କୌଣସି ସାଧାରଣ ଦିନ । ଆସନ୍ତୁ ଜାଣିବା ।
ଇଂରେଜ ମାନଙ୍କ ଦ୍ୱାରା ୧୯୧୯ରେ ମଣ୍ଟେଗ୍ୟୁ ଚେମ୍ସଫୋର୍ଡ଼ ନାମକ ଏକ ଆଇନ ବନାଯାଇଥିଲା । ଏହି ଆଇନକୁ ପ୍ରଣୟନ କରିବା ପାଇଁ ସାଇମନ କମିଶନର ନିଯୁକ୍ତି ୧୯୨୭ରେ କରାଯାଇଥିଲା । କିନ୍ତୁ ସାଇମନ କମିଶନରେ କୌଣସି ଭାରତୀୟ ନଥିଲେ । ତେଣୁ ସାଇମନ କମିଶନର ବିରୋଧ ସାରା ଦେଶରେ କରାଯାଇଥିଲା । ଏହି ଘଟଣାରୁ ଡ଼ରିି ଇଂରେଜ ସରକାରଙ୍କ ଭାରତ ମନ୍ତ୍ରୀ ବରଖାନ ହେଡ଼ ଭାରତୀୟ ମାନଙ୍କୁ ନିଜ ସମ୍ବିଧାନ ନିଜେ ବନେଇବା ପାଇଁ କହିଦେଇଥିଲେ । ଏହି କଥାକୁ ଭାରତୀୟ ମାନେ ସ୍ୱୀକାର ମଧ୍ୟ କରିନେଇଥିଲେ । ସମ୍ବିଧାନ ବନାଇବା ପାଇଁ ସବୁ ଦଳର ନେତା ମାନେ ମିଶି ଏକ କମିଟି ଗଠନ କରିଥିଲେ । ଯାହାର ଅଧକ୍ଷ ମୋତିଲାଲ ନେହେରୁଙ୍କୁ ବଛାଯାଇଥିଲା । ତେଜ ବାହାଦୁର ଶାସ୍ତ୍ରୀ , ଜବାହାର ଲାଲ ନେହେରୁ , ସୁଭାଷ ଚନ୍ଦ୍ର ବୋଷ ପ୍ରମୁଖ ବିଦ୍ୱାନ ବ୍ୟକ୍ତି ଏହି କମିଟିର ସଦସ୍ୟ ଥିଲେ ।

ମୁସଲିମ ଲିଗ ମଧ୍ୟ ନିଜର ଜଣେ ସଦସ୍ୟଙ୍କୁ ଏହି କମିଟିକୁ ପଠାଇଥିଲେ । ଏହି ସମିତି ଏକ ରିପୋର୍ଟ ବନାଇ ଥିଲା । ଏହା ଇତିହାସରେ ‘ନେହେରୁ ରିପୋର୍ଟ’ ନାମରେ ପ୍ରସିଦ୍ଧ ଅଟେ । ଇଂରେଜ ସରକାର ଏହି ରିପୋର୍ଟକୁ ପ୍ରତ୍ୟାଖାନ କରିଦେଇଥିଲେ । ଇଂରେଜ ମାନଙ୍କ କଥାରେ ଆସି ମୁସଲିମ ଲିଗର ନେତା ମହମ୍ମଦ ଅଲ୍ଲୀ ଜିନ୍ନା ମଧ୍ୟ ଏହି ରିପୋର୍ଟକୁ ପ୍ରତ୍ୟାଖାନ କରିଥିଲେ । ଜବାହାର ଲାଲ ନେହେରୁ, ନେତାଜୀ ସୁଭାଶ ଚନ୍ଦ୍ର ବୋଷ ସେତେବେଳେ ପୁର୍ଣ୍ଣ ସ୍ୱରାଜ ଦାବିପାଇଁ ସଂଘର୍ଷ କରୁଥିଲେ ।

ଏହା ପରେ ୧୯୪୭ ରେ ଭାରତ ସ୍ୱତନ୍ତ୍ର ହେଲା । ଏହି ନେତା ମାନଙ୍କ ପାଖରେ ଭାରତ ପାଇଁ ନିର୍ବାଚନ କରିବା ପାଇଁ କୌଣସି ରାସ୍ତା ନଥିଲା ।
ଇଂରେଜ ମାନେ ଦେଶକୁ ଅରାଜକତା ଭିତରେ ଛାଡ଼ି ପଳାୟନ କରିଥିଲେ । କିନ୍ତୁ ଯେବେ ସମ୍ବିଧାନର ନିର୍ମାଣ ୨୬ ନଭେମ୍ବର ୧୯୪୯ରେ କରାଯାଇଥିଲ । ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ଓ ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନିଜ ନେତୃତ୍ୱରେ ଭାରତକୁ ଚଳାଉଥିଲେ । ତେବେ ୨୬ ଜାନୁଆରୀ ୧୯୩୦ର ଗରିମାକୁ ବଜାୟ ରଖିବା ପାଇଁ ଆମ ସମ୍ବିଧାନକୁ ୨୬ ଜାନୁଆରୀ ୧୯୫୦ରେ ଲାଗୁ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking