ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣରେ ସରଗନା ଓ ଲସ୍କର ଏ ତୋଏବାର କମାଣ୍ଡର ଜକୀ ରହମାନ ଲଖବୀକୁ ପାକିସ୍ତାନର ଏକ ଅଦାଲତ ଟେରର ଫଣ୍ଡିଂ ମାମଲାରେ ୧୫ ବର୍ଷ କଏଦୀ ସଜ୍ଜା କାଟିବା ପାଇଁ ଆଦେଶ ଦେଇଛନ୍ତି । ଗତ କିଛି ଦିନ ପୂର୍ବରୁ ଲଖବୀ ଉପରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଇବା ଅଭିଯୋଗରେ ଗିରଫ କରାଯାଇଥିଲା । ତାଙ୍କୁ ଆତଙ୍କବାଦୀ ବିରୋଧ ବିଭାଗ ଅର୍ଥାତ ସିଟିଡି ଗିରଫ କରିଥିଲା । ଲଖବୀ ମୁମ୍ବାଇ ଆକ୍ରମଣ ମାମଲାରେ ୨୦୧୫ ମସିହାରୁ ଜାମିନରେ ଆସିଥିଲା । କିନ୍ତୁ ଏଫଏଟିଏଫର ଭୟ ଓ ଆନ୍ତର୍ଜାତୀୟ ଚାପ ଯୋଗୁଁ ଶେଷରେ ପାକିସ୍ତାନ ସରକାର ତା ଉପରେ ଅଙ୍କୁଶ ଲଗାଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଲଖବୀକୁ ଟେରର ଫଣ୍ଡିଂର ତିନୋଟି ଭିନ୍ନ ଭିନ୍ନ ଅପରାଧରେ ପାଂଚ-ପାଂଚ ବର୍ଷର ସଜା ଶୁଣାଯାଇଛି । ଏହାସହିତ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି । ପଂଜାବ ଆତଙ୍କବାଦ ବିରୋଧୀ ବିଭାଗ କିମ୍ବା ସିଟିଡି ପଂଜାବର ଗୁପ୍ତଚର ଅପରେସନ ପରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଇବା ଅଭିଯୋଗରେ ଗିରଫ କରାଯାଇଥିଲା ।