19.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗ୨୪୬ ଯାତ୍ରୀଙ୍କ ସହ ବ୍ରିଟେନରୁ ଭାରତ ଆସୁଛି ଏୟାର ଇଣ୍ଡିଆର ପ୍ରଥମ ଫ୍ଲାଇଟ

୨୪୬ ଯାତ୍ରୀଙ୍କ ସହ ବ୍ରିଟେନରୁ ଭାରତ ଆସୁଛି ଏୟାର ଇଣ୍ଡିଆର ପ୍ରଥମ ଫ୍ଲାଇଟ

ନୂଆଦିଲ୍ଲୀ: ୟୁକେ ରେ କରୋନା ଭାଇରସର ନୂଆଷ୍ଟ୍ରନ ମିଳିବା ପରେ ସେଠାରୁ ଫ୍ଲାଇଟ ବ୍ୟାନ ହେବା ପରେ ଶୁକ୍ରବାର ଦିନ ଏୟାର ଇଣ୍ଡିଆର ପ୍ରଥମ ଫ୍ଲାଇଟ ଆଜି ସେଠାରୁ ଫେରୁଛି । ସେହି ଫ୍ଲାଇଟରେ ୨୪୬ ଜଣ ଯାତ୍ରୀ ଅଛନ୍ତି । କହିରଖୁଛୁ ଯେ, ବିମାନ ଉଡାଣରେ ପ୍ରତିବନ୍ଧକ ଲାଗିବା ପରେ ଦୁଇ ଦେଶ ମଧ୍ୟରେ ବିମାନ ସେବା ଆରମ୍ଭ ହୋଇଛି । ୨୩ ଡିସେମ୍ବରରେ ସରକାର ଘୋଷଣା କରିଥିଲେ ଯେ, ୩୧ ଡିସେମ୍ବର ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ପ୍ରତିବନ୍ଧକ ଲଗାଯାଇଥିଲା । ପରେ ଏହାକୁ ଜାନୁୟାରୀ ୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଆଜି ପୁଣି ବିମାନ ସେବା ଆରମ୍ଭ ହେଉଛି । ଭାରତରେ ଏପର୍ଯ୍ୟନ୍ତ କରୋନାର ନୂଆ ଷ୍ଟ୍ରେନ ମାମଲା ସଂଖ୍ୟା ୭୩ ରହିଛି । ସରକାରଙ୍କ କହିବାନୁସାରେ, ପ୍ରତି ସପ୍ତାହରେ ବ୍ରିଟେନ ଓ ଭାରତ ମଧ୍ୟରେ ୩୦ଟି ଫ୍ଲାଇଟ ଉଡାଣ କରିବ । ଯାହା ମଧ୍ୟରେ ୧୫ଟି ଭାରତୀୟ ଏୟାରଲାଇନ୍ସ ସହ ୧୫ଟି ୟୁକେ ଏୟାରଲାଇନ୍ସର ରହିବ । ୨୩ ଜାନୁୟାରୀ ଯାଏଁ ଏମିତି ଚାଲିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking