28.1 C
Bhubaneswar
Sunday, November 17, 2024
Homeବ୍ରେକୀଙ୍ଗଆସନ୍ତା ୧୦ ଦିନ ମଧ୍ୟରେ ଦେଶରେ ଆରମ୍ଭ ହୋଇପାରେ ଟୀକାକରଣ

ଆସନ୍ତା ୧୦ ଦିନ ମଧ୍ୟରେ ଦେଶରେ ଆରମ୍ଭ ହୋଇପାରେ ଟୀକାକରଣ

ନୂଆଦିଲ୍ଲୀ: କରୋନା ଟିକା ଅନୁମୋଦନ ହେବାର ୧୦ ଦିନ ପରେ ଏହି ରୋଲଆଉଟ୍ ହୋଇପାରେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଏଠାରେ କହିରଖୁଛୁ ଯେ , ୩ ଜାନୁଆରୀ ରବିବାର ଦିନ ଡିସିଜିଆଇ  ଦ୍ୱାରା କରୋନା ଟିକା ଅନୁମୋଦନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ, ୧୩ କିମ୍ବା ୧୪ ଜାନୁଆରୀରୁ ଦେଶରେ କରୋନା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ,  ସରକାର ୧୦ ଦିନ ମଧ୍ୟରେ କରୋନା ଟିକା ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ କରୋନା ଟିକା ଅନୁମୋଦନ ହୋଇସାରିଛି, ଟୀକାକରଣ କାର୍ଯ୍ୟକ୍ରମ ୧୦ ଦିନ ମଧ୍ୟରେ ଆରମ୍ଭ ହେବ । ସାରା ଦେଶରେ ୩୭ଟି ଜାଗାରେ ଟିକା ଷ୍ଟୋର କରାଯାଇଛି । ସେଠାରୁ ଟିକା ପର୍ଯ୍ୟାୟକ୍ରମେ ବିତରଣ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking