ଭୁବନେଶ୍ୱର: ଭୁବନେଶ୍ୱର ସ୍କାଏ କିଙ୍ଗ ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ପାଠକ ବାପା, ପୁଅଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ । ଆଇଏଫଏସ ଅଭୟକାନ୍ତ ଏବଂ ପୁଅ ଆକାଶ ପାଠକଙ୍କ ଆବେଦନ ଖାରଜ ହୋଇଛି । ଏହି ଜାମିନ ଆବେଦନ ଖାରଜ କରିଛନ୍ତି ଏଡିଜେ-୩ କୋର୍ଟ । ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଗିରଫ କଲା ପରେ ଏବେ ତଦନ୍ତ ପରିସରକୁ ବଢ଼ାଇଛି ଭିଜିଲାନ୍ସ। ଖାଲି ପାଠକ ନୁହେଁ ପାଠକ ଫ୍ୟାମେଲି ଏବଂ କୋ୍କୁ ଧରିବାକୁ ୨୦ ଜଣିଆ ଏସଆଇଟି ଟିମ୍ ଗଠିନ କରାଯାଇଛି।
ଅନ୍ୟପଟେ ଜେଲରେ ଥାଇ ମଧ୍ୟ ଓକିଲଙ୍କୁ ଭେଟିପାରିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ରିଟ୍ ଆବେଦନର ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୂଚନାଯୋଗ୍ୟ ଏହା ପୂର୍ବରୁ କୋଭିଡ କାରଣ ଦର୍ଶାଇ ଓକିଲ ସହ ଭେଟିବାକୁ ପ୍ରଦୀପଙ୍କୁ ଅନୁମତି ମିଳିନଥିଲା । ପରେ ସମ୍ବିଧାନ ଓ ପ୍ରିଜନ ରୁଲ ଉଲ୍ଲଂଘନ ଦର୍ଶାଇ ସେ ହାଇକୋର୍ଟ ଯାଇଥିଲେ । ଏବେ କିନ୍ତୁ ଓକିଲ ସହ ତାଙ୍କର ଆଲୋଚନା ହୋଇପାରିବ । ଟାଟା ମୋଟର୍ସର ଏମଡି ପରିଚୟ ଦେଇ ଚାକିରୀ କରାଇଦେବାକୁ କହି ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ଠକେଇ କରିଥିବା ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଅଭିଯୋଗ ରହିଥିଲା । ପୂର୍ବରୁ କ୍ରାଇମବ୍ରାଂଚ ତାଙ୍କୁ ରିମାଣ୍ଡରେ ମଧ୍ୟ ନେଇଥିଲା । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଥିଲେ ।