ଯାଜପୁର : ଦେଶର ଅଗ୍ରଣୀ ସାମାଜିକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ କରୋନା ସଚେତନତାର ୨୫୦ତମ ଦିବସ ପାଳନ ସହ ପ୍ରକୃତି ଓ ପରିବେଶର ଉପାସନା, ବ୍ରାହ୍ମଣୀ, ବୈତରଣୀ, ବେଙ୍ଗା,କେନ୍ଦୁଆ,ଜୁଣଭଦ୍ରା, କୁଶଭଦ୍ରା ଆଦି ନଦୀ ମାତୃକାର ନିରାଜନ, ସୂର୍ୟ୍ୟ ବନ୍ଦାପନା,ରେଣୁପିଣ୍ଡ ପୂଜନ, ନାମ ସଂକୀର୍ତ୍ତନ ସହ କୋଭିଡ଼ ନିୟମାନୁସାରେ ଵୋଇତ ବନ୍ଦାଣ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର, ସାମ୍ବାଦିକ ଜ୍ୟୋତିଶଙ୍କର ରାୟ,କଳାକାର ଶଶୀକାନ୍ତ ପଣ୍ଡା,ଭାଗବତ ମଲ୍ଲିକ, ମାନସ ସେଠଙ୍କ ସମେତ ଆଖପାଖ ଅଞ୍ଚଳର ନଗର ନାରୀ ଓ ସ୍ଥାନୀୟ ଅଞ୍ଚଳବାସୀମାନେ ସହଯୋଗ କରିଥିଲେ।