40.1 C
Bhubaneswar
Tuesday, April 30, 2024
Homeବ୍ରେକୀଙ୍ଗକୁହୁଡି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କୁହୁଡି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତାକାଲି ଘନ କୁହୁଡି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୭ ଜିଲ୍ଲା ମଧ୍ୟରେ କଟକ, ଅନୁଗୁଳ, ଢେଙ୍କାନାଳ, ମୟୁରଭଂଜ, ଯାଜପୁର, କନ୍ଧମାଳ, ବାଲେଶ୍ୱର ଜିଲ୍ଲା ସାମିଲ ରହିଛି । ତେବେ ଆସନ୍ତା ଦୁଇ ଦିନ ଆଭ୍ୟନ୍ତରୀଣ ଜିଲ୍ଲାରେ ବି ଘନକୁହୁଡି ଦେଖାଯିବ । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗତ କିଛି ଦିନ ଧରି ଏବେ ରାଜ୍ୟରେ ଅଧିକ ମାତ୍ରାରେ ଥଣ୍ଡା ଅନୁଭୂତ ହେଉଛି । ସାରା ରାଜ୍ୟ ଏବେ ଶୀତରେ ଥରୁଛି । ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ଅନୁଭୂତ ହେଉଛି । ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟରେ ଶୀତ କମିଥିବା ବେଳେ ଏବେ କୁହୁଡି ଦେଖିବାକୁ ମିଳିଛି । କମିଲା ବର୍ଷା, ବଢିଲା ଶୀତ । ସକାଳୁ ପ୍ରବଳ ଜାଡ ସାଙ୍ଗକୁ ଦେଖାଦେଇଛି ଘନ କୁହୁଡି । ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟମରୁ ସାମାନ୍ୟ ଧରଣର କୁହୁଡି ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking