ନୂଆଦିଲ୍ଲୀ : ଆଜିଠାରୁ ଦେଶରେ ବଦଳିବାକୁ ଯାଉଛି କେତେକ ନିୟମ। ଏଥିରେ ଏଲ୍ପିଜି ସିଲିଣ୍ଡରଠାରୁ ଆରମ୍ଭ କରି ରେଳ ସମୟ ସାରଣୀ କ୍ଷେତ୍ରରେ ଲାଗୁହେବ ନୂଆ ନିୟମ। ଆଜିଠାରୁ ଏଲ୍ପିଜି ସିଲିଣ୍ଡର ହୋମ୍ ଡେଲିଭରି କ୍ଷେତ୍ରରେ ତୈଳ କମ୍ପାନୀ ଗୁଡିକ ଗ୍ରାହକଙ୍କ ପାଇଁ ଡେଲିଭରି ଅଥେଣ୍ଟିକେସନ୍ କୋଡ୍(ଡିଏସି) ଲାଗୁ କରିବାକୁ ଯାଉଛନ୍ତି। ଏଥିରେ ଗ୍ରାହକ ଏଲ୍ପିଜି ସିଲିଣ୍ଡର ହୋମ୍ ଡେଲିଭରି ପାଇଁ ଏକ ଓଟିପି ନମ୍ବର ପାଇବେ। ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ଡିଏସିକୁ ରାଜସ୍ତାନର ଜୟପୁରରେ କାର୍ଯ୍ୟକାରୀ କରାଯିବା ପରେ ପ୍ରଥମ କରି ଏହାକୁ ଦେଶର ୧୦୦ଟି ସ୍ମାର୍ଟସିଟିରେ ଲାଗୁ କରାଯିବ। ସିଲିଣ୍ଡର ହୋମ୍ ଡେଲିଭରି ନେବା ସମୟରେ ଗ୍ରାହକ ପ୍ରଥମେ ନିଜର ପଞ୍ଜିକୃତ ମୋବାଇଲ ନମ୍ବରରୁ ଏକ କୋଡ୍ ପାଇବେ। ଯେତେବେଳେ ଗ୍ରାହକ ଓଟିପି ନମ୍ବର ସୁନିଶ୍ଚିତ କରିବେ ସେତବେଳେ ତାଙ୍କ ନିକଟରେ ସିଲିଣ୍ଡର ଡେଲିଭରି ହୋଇଯିବ ।