32.1 C
Bhubaneswar
Thursday, March 28, 2024
Homeଓଡିଶାମା' ଗଜଲକ୍ଷ୍ମୀଙ୍କ ଆଗମନରେ ଉତ୍ସବ ମୁଖର ଗୁଣୁପୁର

ମା’ ଗଜଲକ୍ଷ୍ମୀଙ୍କ ଆଗମନରେ ଉତ୍ସବ ମୁଖର ଗୁଣୁପୁର

ଗୁଣୁପୁର : ଗଜ ପୃଷ୍ଠରେ ଧରାବତାରଣ କରିଛନ୍ତି ମା’ ଗଜଲକ୍ଷ୍ମୀ । ପ୍ରଥମେ ଶକ୍ତି ପ୍ରଦାୟିନୀ ମା’ଦୁର୍ଗତି ନାସିନୀ ସିଂହ ବହିନୀ ଦୁର୍ଗା ରୂପରେ ଆସି ପୂଜା ପାଇଥିଲେ । କୁମାରପୂର୍ଣ୍ଣିମା ଠାରୁ ମା’ ଧନ ସମ୍ପତ୍ତି , ଅଭୟ ,ସୁଖ ସମୃଦ୍ଧି ପ୍ରଦାୟିନୀ ଲକ୍ଷ୍ମୀ ଠାକୁରାଣୀ ରୂପରେ ମଣ୍ଡପରେ ବିରାଜମାନ କରିଛନ୍ତି । ରାୟଗଡା ଜିଲ୍ଲା ଗୁଣୁପୁର ମରାଠୀଗୁଡା, ବିବିଏନ କମିଟି ଓ ପୁରୁଣା ଗୁଣୁପୁର ଠାରେ ଚଳିତ ବର୍ଷ ସରକାରଙ୍କ ସମସ୍ତ ପ୍ରକାର କୋଭିଡ ଗାଇଡ଼ଲାଇନକୁ ଅନୁପାଳନ କରି ପୂଜାର୍ଚ୍ଚନା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା କମ ରହିବା ସହ ପୂଜା ମଣ୍ଡପରେ ମାତ୍ର 7 ଜଣ କର୍ମକର୍ତ୍ତାଙ୍କୁ ଗ୍ରହଣ କରାଯାଇଛି । ସାହାଣ ମେଲା ଦର୍ଶନ ବନ୍ଦ ରହିବା ବେଳେ ଦୁଇ ଚାରି ଜଣ ଭକ୍ତଙ୍କୁ ମାସ୍କ ଓ ସାନିତାଇଜ କରିବା ପରେ ଦର୍ଶନ ପାଇଁ ଛଡ଼ାଯାଉଛି । ମଣ୍ଡପରେ ଲାଇଟ ଓ ସାଉଣ୍ଡ ବ୍ୟବସ୍ଥା ବନ୍ଦ ରହିଛି । ସେହିପରି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାହିଁ । ମରାଠୀ ଗୁଡା ଠାରେ ନଅ ଦିନ ପୂଜା ଅନୁଷ୍ଠିତ ହେବା ବେଳେ, ବିବିଏନ କମିଟି ପକ୍ଷରୁ ସାତ ଦିନ ପୂଜା ଅନୁଷ୍ଠିତ ହେବ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking