କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବାମେବାରୀ ଥାନା ଅଧୀନରେ ଥିବା ଦବୁନା ଗାଁ ପାଖ ପଡିଆ ରେ ଜଣେ ଟିପର ହେଲ୍ପର କୁ ଅମାନୁଷିକ ଭାବରେ ପଥର ରେ ଛେଚି ହତ୍ୟା କରିଥିବା କ୍ଷତବିକ୍ଷତ ମୃତ ଦେହ ଦେଖିବାକୁ ମିଳିଛି । ଜାଣିବାକୁ ମିଳୁଛି ଯେ ସେ ଯୁବକ ହେଉଛି ବିପିନ ବାରିକ ତାଙ୍କ ପିତା ପଳଉ ବାରିକ, ଜିଲ୍ଲା ସୁନ୍ଦରଗଡ଼ ଗାଁ ହେଉଛି ନଗରିୟା । ବିପିନ୍ ବାରିକ ଦୀର୍ଘ ଏକ ବର୍ଷ ରୁ ଉର୍ଦ୍ଧ ହେବ ଦବୁନା ର ଶୁକ ପଲେଇ ଘରେ ରହି ତାଙ୍କର ଟିପର ରେ ହେଲ୍ପର ଭାବେ କାର୍ଯ୍ୟ କରିଆସୁଥିଲା ! ହଠାତ୍ ଏମିତି ହତ୍ୟା ହେବା କଥା ଶୁଣି ଘର ଲୋକ ଆଶ୍ଚର୍ଯ୍ୟ ହୋଇ ପଡିଥିବା ଜଣାପଡିଛି । ଏ ବାବଦରେ ବିପିନ୍ ବାରିକ ଙ୍କ ମାଲିକ ଶୁକ ପଲେଇ ଙ୍କ ଠାରୁ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ ମୋ ଘରେ ଦୀର୍ଘ ବର୍ଷେରୁ ଅଧିକ ହେବ କାମ କରିଆସୁଥିଲା କିନ୍ତୁ ତାର ପୂର୍ବ ସତୃତା ଥିବା ଶୁଣିବାକୁ ମିଳୁଥିଲା ତେଣୁ ପୋଲିସ ସେ ଲୋକଙ୍କୁ ତାଗିତ କଲେ ଘଟଣା ର ସତ୍ୟାସତ୍ୟ ପଦାକୁ ଆସିବ ବୋଲି କହିଛନ୍ତି । ଏବେ ଘଟଣା ସ୍ଥଳରେ ବାମେବାରୀ ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି।