18.1 C
Bhubaneswar
Wednesday, January 8, 2025
Homeବ୍ରେକୀଙ୍ଗତିନୋଟି ସିଫ୍ଟ ରେ ହେବ ଓଜେଇଇ ପରୀକ୍ଷା

ତିନୋଟି ସିଫ୍ଟ ରେ ହେବ ଓଜେଇଇ ପରୀକ୍ଷା

ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି ଓଜେଇଇ ପରୀକ୍ଷା ସୂଚୀ । ଆକ୍ଟୋବର ୫ ତାରିଖରୁ ଛାତ୍ରଛାତ୍ରୀଙ୍କୁ ମିଳିଯିବ ଆଡମିଟକାର୍ଡ । ojee.nic.in ରେ ଛାତ୍ରଛାତ୍ରୀମାନେ ଆଡମିଟକାର୍ଡ ଡାଉନଲୋଡ କରିପାରିବେ । ପରୀକ୍ଷାର୍ଥୀମାନେ ଆଇଡି ପାଶୱାର୍ଡ ଦେଇ ନିଜ ନିଜର ଆଡମିଟକାର୍ଡ ଡାଉନଲୋଡ କରିପାରିବେ । ୩ଟି ସିଟିଂରେ ଓ କମ୍ପୁଟର ବେସଡ ଟେଷ୍ଟ ମୋଡରେ ଓଜେଇଇ ପରୀକ୍ଷା ହେବ । ଅକ୍ଟୋବର ୧୨ରୁ ୧୯ ଯାଏଁ ୨ ଘଣ୍ଟା ଅବଧି ବିଶିଷ୍ଟ ପରୀକ୍ଷା ହେବ । ସକାଳ ୯ଟାରୁ ୧୧ ଟା, ମଧ୍ୟାହ୍ନ ୧୨ଟା ୩୦ରୁ ୨ ଟା ୩୦ ଯାଏଁ ହେବ ପରୀକ୍ଷା । ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ପରୀକ୍ଷା ହେବ ।

ତେବେ ଚଳିତ ବର୍ଷ ଓଜେଇଇ ପରୀକ୍ଷା ପାଇଁ ରେକର୍ଡ ସଂଖ୍ୟାକ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । ଏଥର ୭୯,୮୦୦ ଜଣ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେବେ । ଆସନ୍ତା ୧୨ରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ । ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking