ଯାଜପୁର : ସୁକିନ୍ଦା ଖଣି ଉପତ୍ୟକାର କାଳିଆପାଣି ଠାରେ ଥିବା IMFA କମ୍ପାନୀ ବିରୋଧରେ ପୁଣି ତେଜିଲା ଶ୍ରମିକ ଆନ୍ଦୋଳନ ।
ସୁକିନ୍ଦା ଅଞ୍ଚଳରେ ଥିବା ଚିଙ୍ଗୁଡିପାଳ କ୍ରୋମାଇଟ ମାଇନ୍ସି (IMFA ଦ୍ୱିତୀୟ) ରେ କାର୍ଯ୍ୟ କରୁଥିବା ଶତାଧିକ ଛଟେଇ ଶ୍ରମିକ ଭାଇ ଓ ଭଉଣୀମାନେ ଆଜି IMFA କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପୁନଃ ନିଯୁକ୍ତି ପାଇଁ ଦରଖାସ୍ତ ପ୍ରଦାନ କରଛନ୍ତି ।
ସୁକିନ୍ଦା ଖଣି ଉପତ୍ୟକାରେ ଥିବା ଚିଙ୍ଗୁଡିପାଳ କ୍ରୋମାଇଟ ମାଇନ୍ସି (IMFA ଦ୍ୱିତୀୟ) ୨୦୦୪ ମସିହାରୁ ବନ୍ଦ ଅଛି । କିନ୍ତୁ ସେହି ଖଣିର କିଛି ଶ୍ରମିକମାନଙ୍କୁ ସେତେବେଳେ ସୁକିନ୍ଦା ମହାଗିରି ମାଇନ୍ସି (IMFA ଦ୍ୱିତୀୟ) ରେ ନିଯୁକ୍ତି ଦେଇଥିଲେ ଖଣି କର୍ତ୍ତୃପକ୍ଷ ଏବଂ ପ୍ରତିଶ୍ରୁତି ଦେଇଥିଲେ ଅନ୍ୟ ମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ, କିନ୍ତୁ ଦୁର୍ଭାଗ୍ୟ ସେମାନେ ଏପର୍ଯ୍ୟନ୍ତ ନିଯୁକ୍ତି ପାଇନାହାଁନ୍ତି । ଏବେ କେଉଁଝର ଜିଲ୍ଲାରେ ଥିବା ନୁଆସାହି ମାଇନ୍ସ (IMFA) ର ଛଟେଇ କର୍ମଚାରୀଙ୍କୁ ସୁକିନ୍ଦାର ମହାଗୀରି ମାଇନ୍ସି (IMFA ଦ୍ୱିତୀୟ) ରେ ପୁନଃ ନିଯୁକ୍ତି ଦିଆଯାଉଛି । ତେଣୁ ଚିଙ୍ଗୁଡିପାଳ ମାଇନ୍ସିର ଶତାଧିକ ଛଟେଇ କର୍ମଚାରୀ ଆଜି IMFA କମ୍ପାନୀର କର୍ତ୍ତୃପକ୍ଷଙ୍କୁ ପୁନଃ ନିଯୁକ୍ତି ନିମନ୍ତେ ଦରଖାସ୍ତ ପ୍ରଦାନ କରଛନ୍ତି!