24.1 C
Bhubaneswar
Friday, January 10, 2025
Homeବ୍ରେକୀଙ୍ଗଅନୁଭବଙ୍କ ଚିଠିର ଉତ୍ତରରେ ବର୍ଷା ଲେଖିଲେ ଏମିତି

ଅନୁଭବଙ୍କ ଚିଠିର ଉତ୍ତରରେ ବର୍ଷା ଲେଖିଲେ ଏମିତି

ଭୁବନେଶ୍ୱର: ଅନୁଭବ ଓ ବର୍ଷାଙ୍କ ଭିତରେ ଚିଠି ମାଧ୍ୟମରେ ଚାଲିଛି ଯୁଦ୍ଧ । ବର୍ଷାଙ୍କ ପାଇଁ ଅନୁଭବ ଲେଖିଲେ ଚିଠି । ଚିଠିରେ ବର୍ଷାଙ୍କ ପ୍ରତିଥିବା ଭାବାବେଗ ଦର୍ଶାଇଛନ୍ତି ଅନୁଭବ । କହିଛନ୍ତି, ଆମେ ଗୋଟିଏ କଲେଜରେ ପଢୁଥିଲେ । ହେଲେ କେବେ କାହା ସହ ସାକ୍ଷାତ ହୋଇନଥିଲା । ଆମ ଘରେ ଆୟୋଜିତ ହନୁମାନ ଚାଳିଶା କାର୍ଯ୍ୟକ୍ରମକୁ ତୁମେ ଆସିଥିଲ । ସେଇଠି ତୁମ ସହ ଦେଖା ସାକ୍ଷାତ ହୋଇଥିଲା । ୨୦୦୬ରେ ଆମେ ଏକାଠି ଦୁଇଟି ସିନେମାରେ କାମ କରିଥିଲେ । ସେହି ଦୁଇଟି ସିନେମାରେ ତୁମ ଅଭିନୟ ଖୁବ୍ ଚମତ୍କାର ଥିଲା । ଏହାର ଦୁଇ ବର୍ଷ ପରେ ଅର୍ଥାତ୍ ୨୦୦୮ରେ ଆମେ ଏକାଠି ପୁଣି ଅଭିନୟ କଲେ ।

ବର୍ଷା କହିଛନ୍ତି , ମୋ ଜୀବନ ସହ ତୁମେ ବହୁତ ଖେଳିଛ, ମୋ ଜୀବନକୁ ତୁମେ ନର୍କ କରିଦେଇଛ । ତୁମର ପରକୀୟା ପ୍ରୀତି ଓ ମଦ୍ୟପାନ ଅଭ୍ୟାସ ମୋ ଜୀବନକୁ ନଷ୍ଟ କରିଛି । ମୁଁ ବହୁତ ସହ୍ୟ କରିଛି, ତୁମେ ଅୟାସୀ ଜୀବନ ପାଇଁ ମୋ ଠାରୁ ଦୂରେଇଛ । ମୁଁ ତୁମଠୁ ଅଲଗା ହେବାକୁ କେବେବି କଳ୍ପନା କରିନି । ଅଲଗା ରହିବାକୁ ଚାହୁଁଛ ତ ପାଖକୁ ଆସି କଥା ହୁଅ । ମୋତେ ଏଡ଼ାଇଗଲେ କିଛି ଲାଭ ହେବ ନାହିଁ । ତୁମେ ଲୋକଙ୍କ ସେବା କଥା କହୁଛ, ଘରୁ ତାହା କରି ଦେଖାଅ । ଯଦି ଶାରୀରିକ ସମ୍ପର୍କ ରଖିବାକୁ ଏତେ ବ୍ୟଗ୍ର ତେବେ ମୋତେ ଏତେ କାଇଁ କନ୍ଦାଉଛ । କେବଳ ପରକୀୟା ପ୍ରୀତି ପାଇଁ ମୋ ଠାରୁ ଦୂରେଇ ଯାଉଛ ବୋଲି ଅନୁଭବଙ୍କୁ କହିଛନ୍ତି ବର୍ଷା ପ୍ରିୟଦର୍ଶନୀ ।

ଚିଠିରେ ବର୍ଷା ଲେଖିଛନ୍ତି, ‘ସବୁ ଗୁରୁଜନଙ୍କ ଆଶୀର୍ବାଦ ନେଇ ୦୮.୦୨.୨୦୧୪ରେ ମୁଁ ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲି । ଦୁର୍ଭାଗ୍ୟବଶତଃ ଚାରିକାନ୍ଥ ଭିତରେ ଥିବା ସ୍ୱାମୀସ୍ତ୍ରୀଙ୍କ କଥାକୁ ନେଇ ମିଥ୍ୟା ଆରୋପ ମୋ ସ୍ୱାମୀ ମୋ ଉପରେ ଲଗାଇଛନ୍ତି । ଯାହା ମତେ ଗଭୀର ଆଘାତ ଦେବା ସହ ମୋ ନାରୀତ୍ୱକୁ ଅସମ୍ମାନ କରିଛି । ସମସ୍ତଙ୍କ ଘରେ ଝଗଡା ଅଶାନ୍ତି ହୁଏା କିନ୍ତୁ ତା ମାନେ ନୁହେଁ ଜମେ ତାକୁ ସମାଧାନ କରିବା ପରିବର୍ତ୍ତେ ସମାଧାନର ସବୁ ବାଟ ବନ୍ଦ କରିଦେବ । ବାହାଘର ଭାଙ୍ଗିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୁଅନାହିଁ । ମୁଁ ସାଢେ ୬ ବର୍ଷ ସବୁ ପ୍ରକାର କଷ୍ଟ ସହିଲା ପରେ ଯେତେବେଳେ ମୋ ବାହାଘରକୁ ଭାଙ୍ଗିବା ପାଇଁ ମାନସିକ ଚାପ ଦିଆଗଲା ଏବଂ ମୋ ବୈବାହିକ ଜୀବନ ଅସୁରକ୍ଷିତ ହୋଇଗଲା, ସେତେବେଳେ ବାଧ୍ୟ ହୋଇ ମୋତେ ଆଇନର ସାହାରା ନେବାକୁ ପଡିଲା । ଏଇଟା ମୋ ଶାଶୁଘର । ମୁଁ ଏଠାକୁ ବାହା ହୋଇ ଆସିଛି । ମୋର ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏଠି ରହିବାର ସଂପୂର୍ଣ୍ଣ ଅଧିକାର ମୋର ଅଛି । ମୁଁ ମୋ ସ୍ୱାମୀଙ୍କ ଦ୍ୱାରା ଘରୋଇ ହିଂସାର ଶିକାର ଏ ଘରେ ହୋଇଥିଲେ ମଧ୍ୟ ମୁଁ ଆଇନର ସାହାଯ୍ୟ ନେଇ ଏଇ ଘରେ ହିଁ ତାର ସମାଧାନ କରିବାକୁ ଚେଷ୍ଟା କରୁଛି । ମୁଁ ମୋ ମାଙ୍କ ପାଖକୁ ଫେରି ଯିବାର କୌଣସି ଆବଶ୍ୟକ ନାହିଁ । ମୋପ ବାପା, ଭାଇ ନାହାନ୍ତି । ମୋ ମା ଅସୁସ୍ଥ, ବଡ ଭଉଣୀଙ୍କ ପାଖରେ ରହି ଚିକିତ୍ସିତ ହେଉଛନ୍ତି । ମୋର ଏହି ଅତ୍ୟନ୍ତ କଠିନ ସମୟରେ ମୋ ମାଙ୍କ ପାଖକୁ ଫେରିଯିବାର ମୋର କୌଣସି ବାଟ ନାହିଁ । ବର୍ତ୍ତମାନ ମୋ ମା ବହୁତ ମାନସିକ ଅଶାନ୍ତି ଦେଇ ଗତି କରୁଛନ୍ତି । ମୁଁ ମାଙ୍କୁ ସେତିକି ଭଲପାଏ ଯେତିକି ଅନୁଭବ ତାଙ୍କ ବାପାଙ୍କୁ ଭଲ ପାଆନ୍ତି । ମୋ ଶ୍ୱଶବରଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । ଯଦିଓ ସେ ମୋତେ ଖରାପ ବ୍ୟବହାର କରି ଆସିଛନ୍ତି ଓ ସେ କଥାକୁ ମୁଁ ଅସ୍ୱୀକାର କରିପାରିବି ନାହିଁ । ତଥାପି ମୁଁ ତାଙ୍କୁ ମୋର ପିତା ମାନି ତାଙ୍କ ପ୍ରତି ମୋର ଯାହା କର୍ତ୍ତବ୍ୟ ମୁଁ ସବୁବେଳେ କରିଆସିଛି । ଅତୀତରେ ମୋତେ ମିଡିଆରେ ପ୍ରଶ୍ନ କରାଯାଇଥିଲା ଅନ୍ୟ ମହିଳାଙ୍କ ସହିତ ଅନୁଭବଙ୍କର ସଂପର୍କକୁ ନେଇକି , ତା ସହିତ ମୋ ପାରିବାରିକ ଜୀବନରେ କିଛି ଝଡ ଉଠିଛି କି ନାହିଁ ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା, ଯାହାର ଉତ୍ତରରେ ମୁଁ ସବୁ କିଛି ଭଲ ବୋଲି କହିଥିଲି । କାରଣ ମୁଁ ମିଡିଆ ଆଗରେ ଘରର ଗୁମର କଥା ପଦାରେ ପକାଇବାକୁ ଚାହୁଁନଥିଲି । ମୋ ଦୁଇ ପରିବାରର ମର୍ଯ୍ୟାଦା, ସମ୍ମାନ, ମୋର ଏବଂ ମୋ ସ୍ୱାମୀଙ୍କର ସାମାଜିକ ସମ୍ମାନ ଦୃଷ୍ଟିରୁ ମୁଁ ଚୁପ୍ ରହିଲି’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking