17.1 C
Bhubaneswar
Monday, November 25, 2024
Homeବ୍ରେକୀଙ୍ଗକଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ

କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପ୍ରଶାସନ ଠିକ ରିପୋର୍ଟ ଦେଇ ନଥିବାରୁ ଘୋଷିତ ଶହାୟତା ପାଇବାରୁ ଲୋକେ ବଞ୍ଚିତ ହୋଇଥିବା ଆଭିଯୋଗ କଲା କଂଗ୍ରେସ । କେନ୍ଦୁଝର, ଏନ ଏନ ଏସ,8/9/2020-କେନ୍ଦୁଝର ଜିଲ୍ଲା ପ୍ରଶାସନ ବନ୍ୟା କ୍ଷତିଗ୍ରସ୍ତ ଙ୍କ ସଂମ୍ପର୍କ ରେ ଠିକ ରିପୋର୍ଟ ଦେଇ ନ ଥିବାରୁ ବନ୍ୟା ସ୍ୱତନ୍ତ୍ର ସହାୟତା ପାଇବାରୁ ବଞ୍ଚିତ ହୋଇଥିବା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଥିବାବେଳେ ତୁରନ୍ତ ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଯୋଗାଇ ନ ଦେଲେ ଆଗାମି ଦିନରେ କଂଗ୍ରେସ ଚକ ଅଖ ବନ୍ଦ କରିବାକୁ ବାଧ୍ୟ ହେବ ବୋଲି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି ଚେତାବନୀ ଦେଇଛନ୍ତି । ଏଆଇସିସି ଦ୍ୱାରା ନିଯୁକ୍ତ କଂଗ୍ରେସ କମିଟିର ପ୍ରତିନିଧି ଦଳ ରେ ଆସିଥିବା ଉପରୋକ୍ତ ଦୁଇ କଂଗ୍ରେସ ନେତା ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ପରେ ଆଜି କେନ୍ଦୁଝର ଜିଲ୍ଲା ପ୍ରଶାସନ ସହ ଏ ସଂମ୍ପର୍କ ରେ ଆଲୋଚନା ଆଲୋଚନା କରିଥିଲେ । ପରେପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ଜିଲ୍ଲାର କେତେକ ବରିଷ୍ଠ ଅଧିକାରୀ ବିଜେଡ଼ି ନେତା ଭଳି କାମ କରୁଥିବା ଶ୍ରୀ ବାହିନୀପତି ଅଭିଯୋଗ କରିଥିଲେ । ବନ୍ୟା ବିପନ୍ନ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପରିବାର ପ୍ରତି 50 କେଜି ଚାଉଳ ଓ 500 ଟଙ୍କା ଲେଖାଏଁ ସହାୟତା ରାଶି କେନ୍ଦୁଝର ଜିଲ୍ଲାକୁ ଏବେ ପର୍ଯ୍ୟନ୍ତ ନଦେବା ପଛରେ ଜିଲାପାଳ ଙ୍କ ଭୁଲ ରିପୋର୍ଟ ବୋଲି ଶ୍ରୀ ବାହିନୀପତି ଅଭିଯୋଗ କରିଥିଲେ । ତେଣୁ ସରକାର ସରକାର ତୁରନ୍ତ ଚାଷୀ ଙ୍କ ପାଇଁ ଋଣ ଛାଡ,ବନ୍ୟା ବିପନ୍ନଙ୍କ ପାଇଁ ଘୋଷିତ ସ୍ୱତନ୍ତ୍ର ପ୍ୟାକେଜ ସହ ସାର ସମାସ୍ୟାର ସମାଧାନ ନ ହେଲେ ବଡ଼ ଧରଣର ଆନ୍ଦୋଳ କରିବେବୋଲି ଚେତାବନୀ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ତାରା ପ୍ରସାଦ ବାହିନୀପତି,ପିସିସି ସାଧାରଣ ସଂପାଦକ ଆଲୋକ ମିଶ୍ର,ଡିସିସି କାର୍ଯ୍ୟକାରୀ ସଭାପତି ବିପ୍ଳବ ମିଶ୍ର,କଂଗ୍ରେସ ନେତ୍ରୀ ସଂଗୀତା ସିଂ,କଂଗ୍ରେସ ନେତା ଯଦୁମଣି ବାରିକ,ବିନୋଦ ବିହାରୀ ନଏକ ଉପସ୍ଥିତି ଥିବାବେଳେ ଡ଼ିସିସି ସଭାପତି ମୋହନ ପରିଡା ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପିସିସି ସଂପାଦକ ସଂଗ୍ରାମ ଦାସ,ବରିଷ୍ଠ କଂଗ୍ରେସ ନେତା ଆର୍ତ୍ତ ତ୍ରଣ ଦାସ, ଉତ୍ତମ କୁମାର ସାହୁ ,ଜିଲା ଯୁବ କଂଗ୍ରେସ ସଭାପତି ଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking