ବଣାଇ : କରୋନା ପାଇଁ ୨ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଓପିଡି କୁ ବନ୍ଦ କରାଯାଇଛି । ଗୁରୁଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୭୨ ଘଣ୍ଟା ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସରସରା ବଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ଘୋଷଣା କରାଯାଇଛି । ଉଦ୍ଭୟ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜଣେ କର୍ମଚାରୀ ଓ ଜଣେ ରୋଗୀ ପଜିଟିଭ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି । ଉଦ୍ଭୟ ଡ଼ାକ୍ତରଖାନାର ଓପିଡି ବନ୍ଦ ରହିବ କିନ୍ତୁ ଏମରଜେନ୍ସି ଖୋଲା ରହିବ ।ସାନିଟାଇଜେସନ୍ ଓ କଣ୍ଟାକ୍ଟ ଟ୍ରେସିଂ ପାଇଁ ସଟଡାଉନ ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ଏବେ ସୁଦ୍ଧା ମୋଟ ୪୬୩୦ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୩୬ ଜଣଙ୍କର ମୃତ୍ୟୁ ହୋଇଛି । ୭୬୭ଜଣ ଏବେ ଚିକିତ୍ସିତ ହେଉଛନ୍ତି । ଏଥିସହ ୩୮୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।