18.1 C
Bhubaneswar
Tuesday, November 26, 2024
Homeରାଜନୀତିପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା କୃଷି ଭିତିଭୁମି ପାଣ୍ଠି ବ୍ୟବସ୍ଥାରେ ଏକ ଲକ୍ଷ କୋଟି ଟଙ୍କା ଯୋଗାଣ...

ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା କୃଷି ଭିତିଭୁମି ପାଣ୍ଠି ବ୍ୟବସ୍ଥାରେ ଏକ ଲକ୍ଷ କୋଟି ଟଙ୍କା ଯୋଗାଣ ନେଇ କେନ୍ଦୁଝର ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା କୃଷି ଭିତିଭୁମି ପାଣ୍ଠି ବ୍ୟବସ୍ଥାରେ ଏକ ଲକ୍ଷ କୋଟି ଟଙ୍କା ଯୋଗାଣ ନେଇ କେନ୍ଦୁଝର ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ।
କେନ୍ଦୁଝର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵାରା ଦେଶର  କୃଷି ଓ କୃଷକ ଙ୍କ ପାଇଁ ନିଆ ଯାଇଥିବା ବିଭିନ୍ନ ଯୋଜନା ବିଷୟରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଥିଲେ । ଏଥିରେ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ଏଥିରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ସାମ୍ବାଦିକ ସମ୍ମିଳନୀ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଓ କୃଷକ ଙ୍କ ପାଇଁ  ଏକ ନୂତନ କେଦ୍ରିୟ ଯୋଜନା ଆରମ୍ଭ କରି ଏକ ଲକ୍ଷ କୋଟି ଟଙ୍କା ଯୋଗାଇ ଦେବାର ବ୍ୟବସ୍ତା କରିଥିବା ନେଇ ସୂଚନା ଦେଇଥିଲେ ।ଏଥିସହ ଏହି ଯୋଜନା ରେ ଚାଷୀ ପ୍ୟାକ୍ସ, ଏଫପିଓ, କୃଷି ଉଦ୍ୟଗି ଉପକୃତ ହେବା ସହିତ ବିଭିନ୍ନ ପ୍ରକାର କୃଷି ଭିତ୍ତିକ ନିର୍ମାଣ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ। କ୍ୟାବିନେଟ ଅନୁମୋଦନ ର ୩୦ ଦିନ ଭିତରେ କୃଷି ଭିତ୍ତିଭୂମି ପାଣ୍ଠି ରୁ ପ୍ରଥମ ପର୍ଯ୍ୟାୟରେ ଏକ ହଜାର କୋଟି ଟଙ୍କା ୨୨୮୦ ଚାଷୀ ସମବାୟ ସମିତି କୁ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ପିଏମ-କିଷାନ ଯୋଜନା ରେ ଷଷ୍ଠ କିସ୍ତିରେ ୮.୫ କୋଟି ଚାଷୀ ଙ୍କ ପାଇଁ ୧୭ ହଜାର କୋଟି ଟଙ୍କା ପ୍ରଦାନ କରିବା ସହ ସରକାର ମୋଟ ୯୦ହଜାର କୋଟିରୁ ଅଧିକ ଟଙ୍କା ୧୦କୋଟି ଚାଷୀ ଙ୍କୁ ଗତ ୨୦୧୮ ମସିହାରୁ ଯୋଗାଇ ଦେଇଥିବା ନେଇ ରାଜ୍ୟ ମୁଖପାତ୍ର ସୂଚନା ଦେଇଛନ୍ତି । ଏହା ସହିତ ରାଜ୍ୟ ସରକାର କୃଷି ଓ  କୃଷକ ଙ୍କ ପାଇଁ କେନ୍ଦ୍ର ସରକାର ଦେଉଥିବା ଅର୍ଥ କୁ ଠିକ ଭାବରେ ଖର୍ଚ୍ଚ କରିପାରୁନଥିବାରୁ ରାଜ୍ୟର କୃଷକ ମାନେ ଏଥିରୁ ଲାଭ ଉଠାଇ ପାରୁ ନ ଥିବା ବିଜେପି ଅଭିଯୋଗ କରିଛି । ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ଓ ପୂର୍ବତନ ସାଂସଦ ଅନନ୍ତ ନାୟକ ସାମ୍ବାଦିକ ସମ୍ମିଳନୀରେ  ଉପସ୍ଥିତ ଥିଲେ ।
– ଅନିଲ ନନ୍ଦ ଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking