28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କିଂବଦନ୍ତି ପଣ୍ଡିତ ଯଶରାଜଙ୍କ ଦେହାନ୍ତ

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କିଂବଦନ୍ତି ପଣ୍ଡିତ ଯଶରାଜଙ୍କ ଦେହାନ୍ତ

ୱାସିଂଟନ: ପରଲୋକରେ ପଦ୍ମ ବିଭୂଷଣ ପଣ୍ଡିତ ଜଶରାଜ । ଆମେରିକାର ନ୍ୟୁ ଜର୍ସିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପଣ୍ଡିତ ଜଶରାଜ । ମୃତ୍ୟୁ ବେଳକୁ ତାଙ୍କୁ 90 ବର୍ଷ ହୋଇଥିଲା ।ଆମେରିକୀୟ ସମୟ ସକାଳ ୫.୧୫ରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି ବୋଲି ଦୁର୍ଗା ଯଶରାଜ କହିଛନ୍ତି ।
28 ଜାନୁଆରୀ 1930ରେ ପଣ୍ଡିତ ଜଶରାଜ ଜନ୍ମଗ୍ରହଣ କରିଥିଲେ । ପଣ୍ଡିତ ଜଶରାଜଙ୍କ ଜନ୍ମ ଏମିତି ଏକ ପରିବାରରେ ହୋଇଥିଲା ଯେଉଁଠାରେ 4 ପୀଢ଼ି ସଂଗୀତ ଜଗତରେ ବେଶ ନାଁ କମାଇଥିଲେ ।
4 ବର୍ଷ ବୟସରେ ପଣ୍ଡିତ ଜଶରାଜଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିଲା । ତାଙ୍କର ଲାଳନ ପାଳନ ଦାୟିତ୍ୱ ତାଙ୍କ ବଡ଼ ଭାଇ ପଣ୍ଡିତ ମଣିରାମ ନେଇଥିଲେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପଣ୍ଡିତ ଯଶରାଜ କେବଳ ଅସାଧାରଣ ବ୍ୟକ୍ତିତ୍ବ ନ ଥିଲେ, ଗୁରୁ ରୂପେ ତାଙ୍କର ଭିନ୍ନ ପରିଚୟ ଥିଲା । ତାଙ୍କର ପରିବାର ଓ ସାରା ବିଶ୍ବରେ ତାଙ୍କର ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking