ସମ୍ବଲପୁର : ଗାଁ ନାଁ ହେଲା ରଙ୍ଗବତୀ । ପ୍ରସିଦ୍ଧ ସମ୍ବଲପୁରୀ ଗୀତ ରଙ୍ଗବତୀ ନାମରେ ନାମିତ ହେଲା ସମ୍ବଲପୁରର ବିଲଙ୍ଗ ଗାଁ । ବିଖ୍ୟାତ ଲୋକ ସଙ୍ଗୀତ ରଙ୍ଗବତୀ ନାମରେ ଗାଁର ନାମକରଣ ହୋଇଛି । ବିଲୁଙ୍ଗ ଗାଁର ନାମ ପରିବର୍ତ୍ତନ ହୋଇ ‘ରଙ୍ଗବତୀ ବିଲୁଙ୍ଗ’ ନାମରେ ନାମିତ କରାଗଲା । ଏନେଇ ରାଜସ୍ୱ ବିଭାଗ ବକ୍ଷରର ବିଜ୍ଞପ୍ତି ଜାରି କରାଯାଇଛି । କେନ୍ଦ୍ରସରକାର ଅନୁମତି ଦେବା ପରେ ଗାଁର ନାମ ବଦଳିଯାଇଛି । ପ୍ରସିଦ୍ଧ ଗୀତ ରଙ୍ଗବତୀର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗ । ସମ୍ବଲପୁର ଜିଲ୍ଲା ବାମରା ବ୍ଲକର ଗାଁ ରଙ୍ଗବତୀ ବିଲୁଙ୍ଗ ।
୧୯୭୫-୭୬ରେ ପ୍ରଥମେ ଆକଶବାଣୀରେ ଏହି ଗୀତ ରେକର୍ଡ କରାଯାଇଥିଲା । ପରେ ଏହାକୁ ଏକ ଘରୋଇ କ୍ୟାସେଟ କମ୍ପାନୀ ରେକର୍ଡିଂ କରି ୧୯୭୮-୧୯୭୯ ମସିହାରେ ରିଲିଜ କରିଥିଲା ।ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଓ ବିହାରରେ ଏହି ଗୀତ ବେଶ ଲୋକପ୍ରିୟ ହୋଇପାରିଛି । ଅନ୍ୟ ଭାଷାରେ ବି ଏହି ଗୀତକୁ ଗାଇଛନ୍ତି କଳାକାର । ଏପରିକି ୨୦୧୫ରେ କୋରିଆର କଳାକାର ବି ରଙ୍ଗବତୀ ଗୀତର ତାଳରେ ନାଚିଥିଲେ । ରଙ୍ଗବତୀ ଗୀତ ଲାଗି ଗାୟକ ଜିତେନ୍ଦ୍ରିୟ ହରିପାଲଙ୍କୁ ୨୦୧୭ରେ ପଦ୍ମଶ୍ରୀ ବି ଦିଆଯାଇଛି ।