37.2 C
Bhubaneswar
Friday, April 19, 2024
Homeଅପରାଧଜମି ବିବାଦକୁ ନେଇ  ସଂଘର୍ଷ, 

ଜମି ବିବାଦକୁ ନେଇ  ସଂଘର୍ଷ, 

 ମାଲକାନାଗିରି : ଜିଲ୍ଲାର ସୀମାନ୍ତ ମୋଟୁ ଥାନା ଅନ୍ତର୍ଗତ ଏମ ପି ଭି ୮୧ ଠାରେ ଜମି ଦଖଲ କୁ ନେଇ ଏକ ବଡ ଧରଣର ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ସୂଚନା ମୁତାବକ ଏମ ପି ଭି ୮୧ ଗ୍ରାମ ଆରମ୍ଭରେ ଥିବା ପ୍ରାୟ ୪ ଏକର ସରକାରୀ ଜମି କୁ ଗତ କିଛି ବର୍ଷ ଧରି ସେହି ଗ୍ରାମର ଆଶୁ ମାଳି, ବାସୁ ମାଳି, ରବିନ୍ ଘରାମୀ ଓ ରଞ୍ଜିତ ସର୍ଦାର ଚାଷ କରିଆସୁଥିଲେ। ଚଳିତ ବର୍ଷ ଏଥିପାଇଁ ହଳ କରି ବିହନ ପକାଇବା ଆଗରୁ ଏହି ଗ୍ରାମ ଠାରୁ ପ୍ରାୟ ୨ କିମି ଦୂରରେ ଥିବା କୋଇକୋଣ୍ଡା ଗ୍ରାମର କିଛି ଲୋକ ଆସି ଏଠାରେ ଚାଷ କରି ବିହନ ପକାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଆଶୁ ମାଳି ସ୍ଥାନୀୟ ଲୋକଙ୍କୁ ଡାକିବା ସହ ବିହନ ପକାଉଥିବା ଲୋକ ଠାରୁ ବିହନ ବ୍ୟାଗ୍ ଟାଣି ଆଣିବାକୁ ଚେଷ୍ଟା କରିଥିଲା । ଏହି  ସମୟରେ ସରିଆମ ଭଦ୍ର ଓ ସେଠାରେ ଉପସ୍ଥିତ ପ୍ରାୟ ୬୦ ରୁ ଉର୍ଦ୍ଧ ଲୋକ ଉତ୍ତେଜିତ ହୋଇ ବର୍ଚ୍ଛା, ଦାଆ, ଛୁରୀ ଓ ଅନ୍ୟାନ୍ୟ ମାରଣାତ୍ମକ ଅସ୍ତ୍ର ରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହାର ପାଲଟା ଜବାବ ରେ ବିପରୀତ ପକ୍ଷ୍ୟରୁ ମଧ୍ୟ ମାରପିଟ୍, ଟଣାଟଣି ଆଦି ଚାଲିଥିଲା। ଯାହାଫଳରେ କେଇ ମିନିଟରେ ଏହି ଚାଷ ଜମି ରଣ କ୍ଷେତ୍ରରେ ପରିଣତ ହେଲା। ଖବର ପାଇ ତୁରନ୍ତ ମୋଟୁ ଓ ଏମ୍ ଭି ୭୯ ଥାନାର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି କାବୁ କରିଥିଲେ।  ଏହି ଘମାଘୋଟ ଲଢେଇ ରେ ଉଭୟ ପକ୍ଷ ର ପ୍ରାୟ ୧୨ ଜଣ ଲୋକ କ୍ଷତାକ୍ତ ହେବା ସହ ସେମାନଙ୍କୁ ଏମ୍ ଭି ୭୯ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ନେଇ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ  ଅଶାନ୍ତ ପରିବେଶ ସ୍ରୁଷ୍ଟି ହେବା ସହ ଉଭୟ ପକ୍ଷରେ ଆକ୍ରୋଶ ମନୋଭାବ ରହିଥିବା ଜଣାପଡ଼ିଛି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking