36.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗଏନ୍‌କାଉଣ୍ଟରରେ ୟୁପି ଗ୍ୟାଙ୍ଗଷ୍ଟର ବିକାସ ଦୁବେ ନିହତ

ଏନ୍‌କାଉଣ୍ଟରରେ ୟୁପି ଗ୍ୟାଙ୍ଗଷ୍ଟର ବିକାସ ଦୁବେ ନିହତ

କାନପୁର : ଏନ୍‌କାଉଣ୍ଟରରେ ୟୁପି ଗ୍ୟାଙ୍ଗଷ୍ଟାର ବିକାସ ଦୁବେ ନିହତ ହୋଇଥିବା ସୂଚନା ମିଳିଛି।  କାନପୁରକୁ ଆଣିବା ବେଳେ ଖସି ପଳାଇବାକୁ ଚେଷ୍ଟା କରିଥିଲା ବିକାଶ। ଖସି ପଳାଇବାକୁ ଯାଉଥିବା ବେଳେ ଠେଲାପେଲା ହୋଇ କାନପୁର ନିକଟରେ ଏସ୍‌ଟିଏଫ୍‌ ଗାଡ଼ି ଓଲଟି ପଡିଥିଲା। ପରେ ପୋଲିସଠାରୁ ବନ୍ଧୁକ ନେବାକୁ ଚେଷ୍ଟା କରୁଥିବା ବେଳେ ଏନ୍‌କାଉଣ୍ଟର କରାଯାଇଥିଲା।
ପୁଲିସ୍ ଦ୍ୱାରା ଗତକାଲି ଗିରଫ ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ତା’ର ଅପରାଧ ସାମ୍ରାଜ୍ୟର ଗୁମର ଖୋଲିବା ପୂର୍ବରୁ ପୁଲିସ୍ ଗୁଳିରେ ପ୍ରାଣ ହରାଇଛି। ଗୁରୁବାର ମଧ୍ୟପ୍ରଦେଶର ଉଜୈନର ଏକ ମନ୍ଦିରରୁ ବିକାଶକୁ ଗିରଫ କରାଯାଇଥିଲା।  କାନପୁରର ବାରା ଠାରେ ପୁଲିସ୍‌ର ଗୋଟିଏ କାର ଓଲଟି ପଡ଼ିବାରୁ ଏହାର ସୁଯୋଗ ନେଇ ସେ ଖସିଯିବାକୁ ଚେଷ୍ଟା କରିଥିଲା। ତେଣୁ ପୁଲିସ୍ ତା’କୁ ଏନକାଉଣ୍ଟର କରିଥିବା କୁହାଯାଉଛି। ଗୁଳିମାଡ଼ ହେବା ପରେ ବିକାଶକୁ ହସ୍ପିଟାଲ ନିଆଯାଉଥିଲା। ହେଲେ ଅଧା ବାଟରେ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ବିକାଶର ମୃତଦେହ ଏବେ ଲାଜପଥ ରାୟ ହସ୍ପିଟାଲରେ ରହିଛି। ଏଠାରେ ପୁଲିସ୍ ଓ ଡାକ୍ତରୀ ଟିମ ଉପସ୍ଥିତ ରହିଛନ୍ତି। ଜୁନ୍ ୩ରେ କାନପୁରରେ ବିକାଶ ଓ ତା’ର ସହଯୋଗୀମାନେ ଆଖିବୁଜା ଗୁଳିମାଡ଼ କରି ୮ ଜଣ ପୁଲିସ୍ କର୍ମଚାରୀଙ୍କୁ ହତ୍ୟା କରିଥିଲେ। ସେବେଠାରୁ ପୁଲିସ୍ ବିକାଶକୁ ଖୋଜୁଥିଲା। ବିକାଶକୁ ଖୋଜିବା ବେଳେ ପୁଲିସ୍ ତା’ର ୩ ଜଣ ସହଯୋଗୀଙ୍କୁ ଏନକାଉଣ୍ଟର କରିଥିଲା। ଏବେ ବିକାଶର ମଧ୍ୟ ସମାନ ଅବସ୍ଥା ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking