20.1 C
Bhubaneswar
Sunday, November 17, 2024
Homeଅପରାଧଦୀର୍ଘ ୧୨ ବର୍ଷ ଧରି ଭଡ଼ାଟିଆ ମହିଳା ଜଣକ ଏମିତି କିଛି କଲେ , ଯାହା...

ଦୀର୍ଘ ୧୨ ବର୍ଷ ଧରି ଭଡ଼ାଟିଆ ମହିଳା ଜଣକ ଏମିତି କିଛି କଲେ , ଯାହା ଜାଣିଲେ ଚକିତ ହେବେ

ଉତ୍ତରାଖଣ୍ଡ : ତନ୍ତ୍ରମନ୍ତ୍ର କବଳରେ ପଡ଼ିଲେ ମହିଳା ଓ ତାଙ୍କ ଝିଅ । ଦିନେ କି ଦୁଇ ଦିନ ନୁହେଁ , ବରଂ ଦୀର୍ଘ ୧୨ ବର୍ଷ ଧରି । ୨୦୦୫ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ଜଣେ ମହିଳା ଭଡ଼ାଟିଆ ହୋଇ ଦିଲ୍ଲୀ ସ୍ଥିତ ଜେ.ଜେ କଲୋନୀରେ ଜଣେ ମହିଳାଙ୍କ ଘରେ ରହିଥିଲେ । ଏହି ସମୟରେ ତନ୍ତ୍ରମନ୍ତ୍ରର କବଳିତ ହୋଇ ଘରର ଜିନିଷପତ୍ର ସହ ସୁନା ଗହଣା ଓ ଶେଷରେ ଘରକୁ ମଧ୍ୟ ବନ୍ଧା ରଖି ଦେଇଥିଲେ ମହିଳା ଓ ତାଙ୍କ ଝିଅ । ଗତ ଶୁକ୍ରବାର ଦିନ ମହିଳା ଓ ତାଙ୍କ ଝିଅ ଏସପି ଏସ୍ କେ ସିଂହଙ୍କ ସହ ମିଶିଥିଲେ । ସେମାନେ କହିଥିଲେ ଯେ , ୨୦୦୫ ମସିହାରେ ପୀରାନ କଲିୟର ନିବାସୀ ଜଣେ ମହିଳାଙ୍କ ସହ ସେମାନଙ୍କର ପରିଚୟ ହୋଇଥିଲା । ମହିଳା ଜଣକ ଆମକୁ କହିଥିଲେ ଯେ , ତୁମ ଦୁଇ ଜଣଙ୍କ ଉପରେ ନିକଟ ଭବିଷ୍ୟତରେ ଗୋଟିଏ ବଡ଼ ବିପଦ ଆସିବାର ଅଛି । ମୋ ଉପରେ ବିଶ୍ୱାସ ରଖିଲେ ମୁଁ ତୁମ ମାନଙ୍କର ସେହି ବିପଦକୁ ଦୂରେଇ ଦେବି । ମୁଁ ତନ୍ତ୍ରମନ୍ତ୍ର କାମ କରେ । ଏପରି ଭାବେ କିଛି ଦିନ ପରେ ଉକ୍ତ ମହିଳା ଜଣକ ମା –ଝିଅଙ୍କ ଘରେ ଭଡ଼ା ରହିଥିଲେ । ପ୍ରଥମେ ମହିଳା ଜଣକ ମା-ଝିଅଙ୍କ ଉପରେ ତନ୍ତ୍ରମନ୍ତ୍ରର ଜାଲ ଫିଙ୍ଗି ସେମାନଙ୍କ ଠାରୁ ତାଙ୍କର ସମସ୍ତ ଗହଣା ନେଇଯାଇଥିଲା । ଏଥିସହ ଧୀରେ ଧୀରେ କରି ମହିଳା ଜଣକ ୧୨ ବର୍ଷ ଭିତରେ ୧ କୋଟି ଟଙ୍କା ଠକି ନେଇଥିଲା । ୨୦୧୭ ମସିହାରେ ଉକ୍ତ ମହିା ଜଣକ ମା- ଝିଅଙ୍କୁ ନେଇ ଏକ ଧର୍ମଶାଳାକୁ ଯାଇଥିଲା । ସେଠାରେ ଜବରଦସ୍ତି ଧର୍ମ ପରିବର୍ତ୍ତନ କରି ମହିଳା ଜଣକ ତାଙ୍କ ଭାଇର ବିବାହ ଝିଅ ସହ କରିବାକୁ ବାଧ୍ୟ କରିଥିଲେ । ବିବାହକୁ ବିରୋଧ କରିବାରୁ ମହିଳା ଓ ତାଙ୍କ ଭାଇ ମା – ଝିଅ ଙ୍କୁ ଜୀବନରୁ ହତ୍ୟା କରିଦେବରକୁ ଧମକ ଦେଇଥିଲେ । ଏଥିସହ ସେମାନଙ୍କୁ ସେହି ଧର୍ମଶାଳାରେ ବନ୍ଧନ କରି ଦିଆଯାଇଥିଲା । ତାଙ୍କ ଜାଲରୁ ଶୁକ୍ରବାର ଦିନ କୌଣସି ମତେ ମା – ଝିଅ ଖସି ଆସି ଏସପିଙ୍କୁ ସବୁ କଥା କହିଥିଲେ । ଏସପି କଲିୟାର ଥାନ ଅଧିକାରୀଙ୍କୁ ତୁରନ୍ତ ଏହି ଘଟଣାରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଜୁନ୍ ମାସ ୯ ତାରିଖରେ ଉକ୍ତ ମହିଳା ଜଣକ ତାଙ୍କ ଘର ମାଲିକଙ୍କ ସ୍ୱାମୀ , ପରିବାର ଲୋକଙ୍କୁ ଧର୍ମଶାଳାକୁ ଡ଼ାକିଥିଲା । ପୁଣି ଥରେ ଭାଇର ବିବାହ ତାଙ୍କ ଝିଅ ସହ କରିବାକୁ ଅଡ଼ି ବସିଥିଲେ । ଯଦି ମୋ କଥା କୁ ନ ମାନିବ ତା ହେଲେ ମୁଁ କାହାରିକୁ ଛାଡ଼ିବି ନାହିଁ ବୋଲି ମହିଳା ଜଣକ କହିଥିଲେ । ପୋଲିସକୁ ଉକ୍ତ ଘଟଣା ବିଷୟରେ ଜଣାଇବା ପରେ ପୋଲିସ ତରଫରୁ ଜୋରଦାର୍ ତଦନ୍ତ ଆରମ୍ଭ କରାଯାଇଛି । ମହିଳାଜଣକ କେବଳ ଯେ , ତାଙ୍କ ଘର ମାଲିକକୁ ଠକିଛନ୍ତି ତାହାନୁହେଁ , ଏମାନଙ୍କ ସହ ଆହୁରି ଅନେକ ଲୋକଙ୍କୁ ଠକିଛନ୍ତି ମହିଳା । ତନ୍ତ୍ରମନ୍ତ୍ର ନାଁରେ ଲୋକଙ୍କୁ ଠକି ବର୍ତ୍ତମାନ ଅଭିଯୁକ୍ତ ମହିଳା ଜଣକ କୋଟିପତି ହୋଇଗଲେଣି ।ତେବେ ଅଭିଯୁକ୍ତ ମହିଳା ଜଣକ ବିହାରର ଅଟନ୍ତି ବୋଲି ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking