31.1 C
Bhubaneswar
Friday, March 29, 2024
Homeଓଡିଶାଭୋକିଲା ମାଙ୍କଡ଼ ଙ୍କୁ ଖାଦ୍ୟ ଯୋଗାଇ ନିଆର ଢଙ୍ଗରେ ପ୍ରଥମ ରଜ ପାଳନ କଲେ "କ୍ଲବ...

ଭୋକିଲା ମାଙ୍କଡ଼ ଙ୍କୁ ଖାଦ୍ୟ ଯୋଗାଇ ନିଆର ଢଙ୍ଗରେ ପ୍ରଥମ ରଜ ପାଳନ କଲେ "କ୍ଲବ ଦି ୟୁଥମାସ" ର ସଦସ୍ୟ

ଯାଜପୁର : ମହାବିନାୟକ ମନ୍ଦିର ହେଉ କି ଚଣ୍ଡି ମନ୍ଦିର ଯାଜପୁର ଜିଲ୍ଲାର ଗୋଟିଏ ଭଲ ତୀର୍ଥ ଜାଗା ମଧ୍ୟରୁ ଗୋଟେ |, ଏହି ତୀର୍ଥ ଜାଗାରେ ପ୍ରତେକ ବର୍ଷ ରଜ ୩ଦିନରେ ଲକ୍ଷାଧିକ ଲୋକଙ୍କ ର ସମାଗମ ହୁଅନ୍ତି ଓ ଏହି ମନ୍ଦିରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଘରୁ ଆସିଲା ବେଳେ ମନ୍ଦିର ଚତୃପର୍ଶ୍ୱରେ ଥିବା ମାଙ୍କଡ଼ ମାନଙ୍କ ପାଇଁ କିଛି ଖାଦ୍ୟ ଆଣି ଦେଇଥାନ୍ତି | ନଚେତ ମନ୍ଦିରରେ ପୂଜା କରିସାରିବା ପରେ ସେଇ ଭୋଗକୁ ମାଙ୍କଡ଼ ମାନଙ୍କୁ ଦେଇଥାନ୍ତି | ଏହିପରି ଖାଦ୍ୟ ଖାଇ ମାଙ୍କଡ଼ ଗୁଡ଼ିକ ବଞ୍ଚିଥାନ୍ତି | କିନ୍ତୁ ଏହି ମହାମାରୀ କରୋନା ସକ୍ରମିତ ଭୟରେ ସରକାର ସଟ ଡାଉନ ଓ ଲକଡାଉନ ଜାରିକରିବା ଦ୍ୱାରା ମନ୍ଦିରକୁ କୌଣସି ଶ୍ରଦ୍ଧାଳୁ ଆସୁନାହାନ୍ତି | ଯାହାଦ୍ୱାରା ମନ୍ଦିର ଚତ୍ରୁପାର୍ଶ୍ୱରେ ଥିବା ମାଙ୍କଡ଼ ଗୁଡିକ ଖାଦ୍ୟ ଅଭାବରୁ ହଇରାଣ ହେଉଥୁବା ର ଖବର “କ୍ଲବ ଦି ୟୁଥମାସ” ର ଯୁବ ସମାଜସେବୀ ରାଜେଶ ରାଉତ ଙ୍କ ପାଖରେ ପହଞ୍ଚି ଥିଲା | ଫଳରେ ଆଜି ରାଜେଶ ଓ “କ୍ଲବ ଦି ୟୁଥମାସ” ର ସମସ୍ତ ସଦସ୍ୟ ମହାବିନାୟକ ମନ୍ଦିରକୁ ମାଙ୍କଡ଼ ମାନଙ୍କ ପାଇଁ ଫଳ ସୋଲା,ବାଇଗଣ,ଭେଣ୍ଡି,ଗାଜର ଏହିପରି ବିଭିନ୍ନ ପ୍ରକାରର ଫଳ ପନିପରିବା ନେଇ ପହଞ୍ଚିଥିଲେ | ସେଠାରେ ମାଙ୍କଡ଼ ମାନଙ୍କୁ ତାହା ଦେଇ ସେମାଙ୍କ ସହ ରଜ ପାଳ କରିଥିଲେ | ଯେତେଦିନ ଲକଡାଉନ ଜାରିରହିବ ପ୍ରତ୍ୟେକ ଶନିବାର ଓ ରବିବାର ସେଠାକୁ ଯାଇ ସାତ ଦିନ ର ଖାଦ୍ୟ ଦେବାର ସୁବନ୍ଦୋବସ୍ତ କରିବେ ବୋଲି କହିଛନ୍ତି | , ଏହି ସେବା କାର୍ଯ୍ୟ ଆଖପାଖ ଅଞ୍ଚଳରେ ସମସ୍ତେ ପସନ୍ଦ ମଧ୍ୟ କରିଛନ୍ତି | ଏହି କାର୍ଯ୍ୟ ରେ ଉପସ୍ଥିତ ରହି ସହଯୋଗ କରିଥିଲେ କ୍ଲବର ପ୍ରକାଶ ଜେନା,ସନ୍ତୋଷ ରାଉତ,ଚନ୍ଦନ ପରିଡା,ଧନଞ୍ଜୟ ବେହେରା, ରଞ୍ଜନ ମଲିକ,କୁନୁ ମଟାଣିଆ,ଅସିତ ଦାସ,ଜାଜ୍ଞାଦତ ତ୍ରିପାଠୀ,ପୀତବାସ ପାତ୍ର ରଘୁନାଥ ଦାସ ଓ ଚଣ୍ଡିଖୋଲ ର ସମାଜସେବୀ ମୋହନ ମହାରଣା ଉପସ୍ଥିତ ରହି ଏହି ସେବା କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ ।

ଯାଜପୁର ଜିଲ୍ଲା ରେ ୧୨ ଜଣ +ve ଚି଼ହ୍ନଟ

 

ଯାଜପୁର : ଉନଲକ ୧ ଚାଲୁ ଚାଲୁରହି ଥିବାବେଳେ ଜିଲ୍ଲା ରେ ଦିନ  କୁ ଦିନ  ହୁ ହୁ ହୋଇ କରୋନା ରୋଗୀ ବଢ଼ି ଚାଲିଛି, ମିଳିଥିବା ସୂଚନା ଅନୁଯାଇ ଆଜି ତା ୧୩. ୬. ୨0 ରିଖ  ପୁଣି ୧୨ ଜନ ପୋଜେଟିବ ଚି଼ହ୍ନଟ ହୋଇଛନ୍ତି !ସେଥିମଧ୍ୟରୁ ଯାଜପୁର ବ୍ଲକ ରୁ ୨ଜଣ  ପୁରୁଷ ହରିୟାଣା ଓ ସୁରତ ଫେରନ୍ତା, ବରୀ ବ୍ଲକ ରୁ ୪ ଜଣ ପୁରୁଷ ମଧ୍ୟ ରୁ  ସୁରତ ଦୁଇ  କୋଲକତା ଓ ଆନ୍ଧ୍ର ପ୍ରଦେଶ ଜଣେ ସେହିପରି ଦଶରଥପୁର ବ୍ଲକ ରୁ ୪ଜଣ ମଧ୍ୟ ରୁ ପୁରୁଷ ତିନି ଜଣ ମହିଳା ଜଣେ ହରିୟାଣା ଓ ଉତର ପ୍ରଦେଶ ଫେରନ୍ତା, ବିଂଝାରପୁର ବ୍ଲକ ରୁ ୨ ଜଣ ପୁରୁଷ ଦିଲ୍ଲୀ ଫେରନ୍ତା !
-ରିପୋର୍ଟ ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking