ରାୟଗଡ଼ା : ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ଥିବା ୧୪୮ ଜଣ ପ୍ରବାସୀ ଶ୍ରମିକ ଆଜି ସ୍ୱତନ୍ତ୍ର ଟ୍ରେନ ଯୋଗେ ରାୟଗଡାରେ ପହଞ୍ଚିଛନ୍ତି । ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ପ୍ରବାସୀ ଶ୍ରମିକମାନେ ଆସୁଥିବା ଖବର ପୂର୍ବରୁ ହିଁ ରେଳ ବିଭାଗ ତରଫରୁ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଥିଲା । ପ୍ରଶାସନ ତରଫରୁ ଗଜପତି ଛକ ଠାରୁ ସାଇ ଇଣ୍ଟରନ୍ୟାସନାଲ ଛକ ଯାଏଁ ୧୪୪ ଧାରା ଜାରି କରାଯାଇଥିଲା । ଟ୍ରେନ ନଂ ୦୭୭୪୭ ଘଟକେଶ୍ୱର ଠାରୁ ବଲାଙ୍ଗୀର ଯାଏଁ ଆସିଥିଲେ । ଦିନ ୧୧ଟା ସମୟରେ ରାୟଗଡା ରେଳ ଷ୍ଟେସନ ଠାରେ ଟ୍ରେନ ପହଂଚିବା ପରେ ପ୍ରଶାସନ ତରଫରୁ ଶ୍ରମିକମାନଙ୍କୁ ସ୍ୱାଗତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଆଞ୍ଚଳିକ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳେଇ, ଉପଖଣ୍ଡ ପୁଲିସ ଅଧିକାରୀ ତପନ କୁମାର ରଥ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ରେଳ ବିଭାଗ ପୁଲିସ ଅଧିକାରୀ ଡିଏନ୍ ତ୍ରିଲୈକ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଶ୍ରମିକଙ୍କୁ ସ୍ୱାଗତ କରିଥିଲେ । ରାୟଗଡାରେ ଓହ୍ଲାଇଥିବା ଶ୍ରମିକମାନଙ୍କ ପଞ୍ଜୀକରଣ କରଣ ସହ ଥର୍ମାଲ ସ୍କ୍ରିନଂ କରାଯାଇଥିଲା । ନବରଙ୍ଗପୁର ଜିଲ୍ଲାର ୭୮ ଜଣ ପ୍ରବାସୀ ଆସିଥିବା ବେଳେ ନବରଙ୍ଗପୁର ଜିଲ୍ଲାର ୬୪ ଏବଂ କନ୍ଧମାଳ ଜିଲ୍ଲାର ୬ ଜଣ ପ୍ରବାସୀ ଆସିଥିଲେ । ରାୟଗଡା ରେଳ ଷ୍ଟେସନରେ ଓହ୍ଲାଇଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ନିଜ ଜିଲ୍ଲାର ନୋଡାଲ ଅଧିକାରୀ ମାନଙ୍କୁ ହସ୍ତାନ୍ତର କରାଯାଇଛି । ବର୍ତ୍ତର୍ମାନ ସୁଦ୍ଧା ରାୟଗଡା ରେଳ ଷ୍ଟେସନରେ ୩ ହଜାର ୭୪୮ ପ୍ରବାସୀ ଓହ୍ଲାଇଛନ୍ତି ।