40.1 C
Bhubaneswar
Thursday, April 25, 2024
Homeଓଡିଶାଟଙ୍କା ଉଠାଇବା ପାଇଁ ଶଯ୍ୟାଶାୟୀ ମା’କୁ ଟାଣି ଟାଣି ବ୍ୟାଙ୍କ ନେଲା ଝିଅ

ଟଙ୍କା ଉଠାଇବା ପାଇଁ ଶଯ୍ୟାଶାୟୀ ମା’କୁ ଟାଣି ଟାଣି ବ୍ୟାଙ୍କ ନେଲା ଝିଅ

ଭୁବନେଶ୍ୱର: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବରଗାଁ ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜନଧନ ଆକାଉଣ୍ଟରୁ ପଇସା ଉଠାଇବା ଲାଗି ନିଜର ୧୨୦ ବର୍ଷ ବୟସର ମାକୁ ଖଟିଆରେ ଟାଣି ଟାଣି ନେଲା ଝିଅ । ମା ଖଟିଆରେ ଥିବା ବେଳେ ଚାଲି ଚାଲି ଯିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ଅନ୍ୟପଟେ ମା ନିଜେ ବ୍ୟାଙ୍କ ଯାଇ ଦସ୍ତଖତ ନକଲେ ପଇସା ମିଳିବ ନାହିଁ । ସେଥିପାଇଁ ଅନ୍ୟ କୌଣସି ଉପାୟ ନପାଇ ବାଧ୍ୟ ହୋଇ ସେ ତାଙ୍କ ମାକୁ ଖଟିଆରେ ଶୁଆଇ ଟାଣଇ ଟାଣି ନେଉଛନ୍ତି । ସଂପୂର୍ଣ୍ଣ ଘଟଣା ଅନୁସାରେ, ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ୧୨୦ ବର୍ଷୀୟା ବୃଦ୍ଧା ମୂଲେ ହରିଜନଙ୍କର ଜନଧନ ଆକାଉଂଟ ରହିଛି । ପଇସା ଉଠାଇବା ଲାଗି ତାଙ୍କ ଝିଅ କୁଇନ ମତି ସିକା ବାରମ୍ବାର ବ୍ୟାଙ୍କ ଦୌଡିଥିଲେ । ମା ଆସିବା ଅବସ୍ଥାରେ ନାହାନ୍ତି କି ଆସିପାରିବେନି ବୋଲି ସେ ବ୍ୟାଙ୍କ ଅଧିକାରୀଙ୍କୁ ଜଣାଇଥିଲେ । ହେଲେ ପରିସ୍ଥିତି ନ ବୁଝି ମାଙ୍କୁ ନଆଣିଲେ ପଇସା ଦିଆଯିବ ନାହିଁ ବୋଲି ସଫା ସଫା ବ୍ୟାଙ୍କ ଶାଖା ପରିଚାଳକ କହିଥିଲେ । ଫଳରେ ବାଧ୍ୟ ହୋଇ ଗତ ବୁଧବାର କୁଇନମତୀ ମାଙ୍କୁ ଖଟିଆରେ ଶୁଆଇ ଟାଣି ଟାଣି ବ୍ୟାଙ୍କ ନେଇଥିଲେ । ତେବେ ଏଠାରେ ବ୍ୟାଙ୍କ ଅଧିକାରୀ ଚାହିଁଥିଲେ ବି ଘରକୁ ଆସି ବୃଦ୍ଧାଙ୍କ ପରିସ୍ଥିତି ପରଖିବା ପରେ ଦସ୍ତଖତ ନେଇ ଟଙ୍କା ଦେଇପାରିଥାନ୍ତେ । ହେଲେ ସେମିତି କିଛି କଲେନାହିଁ ବ୍ୟାଙ୍କ କର୍ମଚାରୀ । ଫଳରେ କେଉଁଠି ନା କେଉଁଠି ମଣିଷର ମାନବିକତା ରହିନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ୟପଟେ ଏହାକୁ ନେଇ ବ୍ୟାଙ୍କ କର୍ତୁପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ସରକାର ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଯୋଜନା କରିଥିଲେ ମଧ୍ୟ ଏଠାରେ କେମିତି ବରିଷ୍ଠ ନାଗରିକଙ୍କୁ ସମ୍ମାନ ମିଳୁଛି ତାକୁ ନେଇ ଉଠୁଛି ପ୍ରଶ୍ନ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking