ଯାଜପୁର:ଯାଜପୁର ଜିଲା ବରୀ ପଂଚାୟତ ସମିତି ସମ୍ମିଳନୀ ଗୃହରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରାଯାଇଛି । ପ୍ରାରମ୍ଭରେ ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ଇନ୍ଦ୍ରମଣି ନାୟକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବା ସହ ଜିଲ୍ଲାକୁ ପ୍ରୋବେସନରେ ଆସିଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପାୱାର ସଚିନ ପ୍ରକାଶଙ୍କୁ ସମସ୍ତଙ୍କ ସହ ପରିଚିତ କରାଇ ସ୍ୱାଗତ କରିଥିଲେ । ପରେ ବିସ୍ତୃତ ସମୀକ୍ଷା କରି ଶ୍ରୀ ନାୟକ ମନରେଗାରେ ବରୀ ବ୍ଲକରେ ଚଳିତମାସ ୫ ତାରିଖ ସୁଦ୍ଧା ୫ହଜାର ଓ ୧୦ତାରିଖ ସୁଦ୍ଧା ୮ହଜାର ଶ୍ରମଦିବସ ସୃଷ୍ଟି କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଯେଉଁଠାରେ ଚତୁର୍ଥ ଓ ଚତୁର୍ଦ୍ଧଶ ଅର୍ଥକମିଶନର ଅର୍ଥକୁ ମନରେଗା ସହ କନଭର୍ଜ କରାଯାଇଛି ସେଠାରେ ନିୟମ ମୁତାବକ ଆଶିଂକ ମେସିନ ମାଧ୍ୟମରେ ଓ ସର୍ବାଧିକ କାର୍ଯ୍ୟ ଶ୍ରମିକମାନଙ୍କ ମାଧ୍ୟମରେ ଏବଂ ଯେଉଁଠାରେ କେବଳ ମନରେଗା କାର୍ଯ୍ୟ ହେଉଛି ସେଠାରେ କେବଳ ଶ୍ରମଜୀବିଙ୍କ ମାଧ୍ୟମରେ କାମ କରେଇବାକୁ ନିର୍ଦ୍ଧେଶ ଦେଇଥିଲେ । କାର୍ଯ୍ୟସ୍ଥଳରେ ସୂଚନାଫଳକ ସହ ସାମାଜିକ ଦୂରତା, ମାସ୍କ ବ୍ୟବହାର, ପ୍ରାଥମିକ ଚିକିତ୍ସା ଇତ୍ୟାଦି ରଖିବାକୁ ନିର୍ଦ୍ଧେଶ ଦେଇଥିଲେ ।
ଅଧିକ ସାଇକେଲ ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ କରୁଛି ପୋଲିସ
ଯାଜପୁର:କୋରୋନା ମହାମାରି ସମୟରେ ଅଧିକରୁ ଅଧିକ ସାଇକେଲ ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ କରିଛି ପୋଲିସ । ଯାଜପୁର ପୋଲିସ ପକ୍ଷରୁ ଆୟୋଜିତ ଏକ ସଚେତନତା ରାଲିରେ ଯାଜପୁର ଥାନା ଅଧିକାରୀ ଆଶିଷ ସାହୁ ନେତୃତ୍ୱ ନେଇଥିଲେ । ଗାଡି ବଦଳରେ ସାଇକେଲ ଅଧିକ ବ୍ୟବହାର କଲେ ନିଜର ଦେହ ସୁସ୍ଥ ରହିବା ସହିତ ପରିବେଶ ନିର୍ମଳ ରହିବ ବୋଲି ବାର୍ତା ଦେଇଥିଲେ । ଏହି ସଚେତନତା ରାଲି ଯାଜପୁର ଟାଉନ ଥାନାରୁ ବାହାରି ପୁରା ସହର ପରିକ୍ରମା କରିଥିଲା । ଏହି ଅବସରରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ପୂର୍ଵତନ ପୌରାଧକ୍ଷ ଭଵ ପ୍ରସାଦ ଦାସ ପୋଲିସ ଭାଇଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଯାଜପୁର ଥାନାର ପୋଲିସ କର୍ମଚାରୀ ମାନେ ସାମିଲ ହୋଇଥିଲେ । ଯାଜପୁର ପୋଲିସର ଏଭଳି ସଚେତନତା କାର୍ଯ୍ୟକ୍ରମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।
ସୁକିନ୍ଦା ମାଇଁନିସ୍ ବାଲେଶ୍ୱର ଆଲଏଜ ଖଣିରେ ଦୂର୍ଘଟଣାରେ ଶ୍ରମିକ ମୃତ୍ୟୁ
ଯାଜପୁର : ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆ ପାଣି ଥାନା ଅଧିନରେ ଥିବା ସୁକିନ୍ଦା ମାଇଁସ୍ନିର ବାଲେଶ୍ୱର ଆଲଏଜ ଖଣି ରେ ଯାଜପୁର ଜିଲ୍ଲା ବିଝାରପୁର ଏରିଆର ମାସ୍ରା ଗ୍ରାମର ଉମେଶ ଦାସ ଙ୍କ ପୁଅ ବିମଳ ବିହାରୀ ଦାସ ଙ୍କ ଉପରେ ହାଇଡ୍ରା କେର୍ନ ପଡି ମୃତ୍ୟୁ ହୋଇଥିଲା ବୋଲି କାଳିପାଣି ପୋଲିସ କହିଛନ୍ତି। ମୃତ୍ୟୁ ବିମଳ ଏଠାରେ ମାଇଁନିଙ୍ଗି ମେଣ୍ଟ୍ ଭାବେ କାର୍ଯ୍ୟ କରିଥିଲେ। ଆଜି ସନ୍ଧ୍ୟା ୭ ଟା ସମୟରେ କାର୍ଯ୍ୟ କରୁଥିବା ବେଳେ ଦୃର୍ଘଟଣା ହୋଇଥିଲା। ଘଟଣା ସ୍ଥଳରେ ଉତେଜନା ଦେଖା ଦେଇ ଥିଲା।କାଳିପାଣି ପୋଲିସ ଘଟଣା ସ୍ଥଳରେ ପହଂଚି ଶ୍ରମିକ ମାନଙ୍କୁ ବୁଝା ସୁଜା କରିବା ସମୟରେ କାଳିପାଣି ର ଶ୍ରମିକ ନେତା ନାରୟଣ ଧିର ମଧ୍ୟ ଘଟଣା ସ୍ଥଳରେ ପହଂଚି ଥିଲେ | କିନ୍ତୁ କୋଭିଡି-୧୯ କୁ ନମାନି ବିନା ମାକ୍କାସ ରେ ଆସିଥିଲେ ଜଣେ ଶ୍ରମିକ ନେତା ହୋଇ ।ଏସବୁ ନିନ୍ଦନୀୟ ଘଟଣା ବୋଲି ଜନସାଧାରଣ କହିଛନ୍ତି।ତଥା ମୃତ୍ୟୁ ପରିବାରକୁ ୨୫ଲକ୍ଷ ଦେବା ପାଇଁ କାଳିପାଣି ପୋଲିସ ବାଲେଶ୍ୱର ଆଲଏଜ ସହିତ କଥା ହୋଇ ସମାଧାନ କରି ଆନ୍ଦୋଳନ ପ୍ରତିହୃତି କରି ଶବକୁ ବେବଛେଦ ପାଇଁ ଦାନଗଦୀ ମେଡିକାଲ କୁ ପଠାଇ ଥିଲେ।