29.1 C
Bhubaneswar
Friday, April 26, 2024
Homeଅପରାଧଦୁଷ୍କର୍ମ ଅଭିଯୋଗରେ ଆଇଏଏସ ଅଫିସରଙ୍କ ନାଁରେ ମାମଲା

ଦୁଷ୍କର୍ମ ଅଭିଯୋଗରେ ଆଇଏଏସ ଅଫିସରଙ୍କ ନାଁରେ ମାମଲା

ନୂଆଦିଲ୍ଲୀ: ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଆଇଏଏସଙ୍କ ଅଫିସର ଙ୍କ ନାଁରେ ଛତିଶଗଡ ପୋଲିସ ମାମଲା ରୁଜୁ କରିଛି । ପୁରା ଘଟଣା ଅନୁସାରେ, ୨୦୦୭ ବ୍ୟାଚର ଆଇଏଏସ ଅଫିସର ଜନକ ପ୍ରସାଦ ପାଠକ, ଯିଏ କିଛି ଦିନ ପୂର୍ବରୁ ଜିଲ୍ଲାପାଳ ଭାବେ ସେଣ୍ଟ୍ରାଲ ଛତିଶଗଡ ଜାଂଜଗିରି ଜିଲ୍ଲାରେ ନିଯୁକ୍ତି ପାଇଥିଲେ । ହେଲେ ସେଠାରେ ସେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ରାଏପୁରରେ ଲ୍ୟାଣ୍ଡ ରେକର୍ଡ ନିର୍ଦ୍ଦେଶକ ଭାବେ ତାଙ୍କୁ ବଦଳି କରାଯାଇଛି । ଦୁଷ୍କର୍ମ ନେଇ ପୀଡିତା ମହିଳା ଜଣଙ୍କ ସମସ୍ତ ପ୍ରମାଣ ପୋଲିସକୁ ଦେଇଥିବା ଜଂଜଗିରି ଏସପି ପାରୁଲ ମାଥୁର ସୂଚନା ପ୍ରଦାନ କରିଥିଲେ । ବର୍ତମାନ ମହିଳା ଜଣଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଥିବା ବେଳେ ପୋଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁସାରେ, ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ସ୍ୱାମୀ ହେଉଛନ୍ତି ଜଣେ ସ୍କୁଲ ଶିକ୍ଷକ । ତେବେ ମହିଳା ଜଣଙ୍କ ଯଦି ଜିଲ୍ଲାପାଳଙ୍କ ସମସ୍ତ ଦାବି ପାଳନ ନକରନ୍ତି ତେବେ ସେ ତାଙ୍କ ସ୍ୱାମୀକୁ ଚାକିରୀରୁ ବହିଷ୍କାର କରିବେ ବୋଲି ଧମକ ଦେଇଥିବା ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି । ଏହାଛଡା ପୀଡିତା ମହିଳା ଜଣକ ଜନପଦ ପଂଚାୟତର ହେଉଛନ୍ତି ପୂର୍ବତନ ସଦସ୍ୟ । ଆଉ ସରପଂଚ ପଦବୀ ପାଇଁ ନିକଟରେ ହୋଇଥିବା ପଂଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ସେ ହାରିଯାଇଥିଲେ । ଏବେ ପୋଲିସ ଏହି ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking