19.1 C
Bhubaneswar
Monday, November 18, 2024
Homeଓଡିଶାମିଳୁନି ନିର୍ମାଣ ଶ୍ରମିକମାନଙ୍କୁ ସରକାରି ସହାୟତା : ଭୋକ ଉପବାସରେ ପଡିଛନ୍ତି ପରିବାର ଲୋକ

ମିଳୁନି ନିର୍ମାଣ ଶ୍ରମିକମାନଙ୍କୁ ସରକାରି ସହାୟତା : ଭୋକ ଉପବାସରେ ପଡିଛନ୍ତି ପରିବାର ଲୋକ

ମହାକାଳପଡା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ରାମନଗର ପଂଚାୟତର ପିତାପାଟ ଗ୍ରାମରେ ଶତାଧିକ ନିର୍ମାଣ ଶ୍ରମିକ ପରିବାରଙ୍କୁ ମିଳିନାହିଁ ନିର୍ମାଣ ଶ୍ରମିକ ସହାୟତା ରାଶି । ଯାହକୁ ନେଇ ନିର୍ମାଣ ଶ୍ରମିକମାନଙ୍କ ମଧ୍ୟରେ ତ୍ରିବ ଅସନ୍ତୋଷ ଦେଖାଦେଇଛି । ପଂଚାୟତର କିଛି ନିର୍ମାଣ ଶ୍ରମିକ ମାନଙ୍କୁ କରୋନା କଟକଣା ପାଇଁ ସହାୟତା ରାଶି ଦିଆ ଯାଇଥିବା ବେଳେ ପିତାପାଟ ଗ୍ରାମର ବଙ୍ଗ ଭାଷା ଭାଷି ଏହି ନିର୍ମାଣ ଶ୍ରମିକ ମାନେ କେମିତି ଏଥିରୁ ବାଦ ପଡିଲେ ଏହାକୁ ନେଇ ପରିବାରରେ ବେଳେ ବେଳେ ଖାଦ୍ୟ ପ୍ରଦାର୍ଥ ମିଳୁପାରୁ ନାହିଁ । ଓଡ଼ିଶା ସରକାରଙ୍କର କରୋନା କଟକଣା ସମୟରେ ପ୍ରତ୍ୟେକ ନିର୍ମାଣମାନଙ୍କୁ ୧ହଜାର୫୦୦ଟଙ୍କା ଦିଆଯିବାକୁ ନିର୍ଦ୍ଧେଶ ରହିଛି କିନ୍ତୁ ସମ୍ପୃଣ୍ଣ ଭାବେ ମୁଲ ମଜୁରି ଭାବେ ନିର୍ଭର କରି ଚଳୁଥିବା ପିତାପାଟ ଗ୍ରାମର ୧୦୦ରୁ ଉର୍ଦ୍ଧ ନିର୍ମାଣ ଶ୍ରମିକ ପରିବାରକୁ ଏହି ଅର୍ଥ ରାଶି ମିଳିପାରିଲା ନାହିଁ ।
ସୂଚନା ଅନୁଯାୟୀ, ଶହେରୁ ଉର୍ଦ୍ଧ ନିର୍ମାଣ ଶ୍ରମିକ ସବୁ ଦିନେ ମଜୁରି ଲାଗି ପରିବାର ଚଳାଇ ଥାନ୍ତି । ଏହି ମଜୁରି ଅର୍ଥରେ ପିଲାଛୁଆ ପାଠ ପଢିବା ଘରେ ଡାଲି ଚାଉଳ କିଣିବା ଘର ବାବଦରେ ଅନ୍ୟାନ ଖର୍ଚ୍ଚ କରନ୍ତି । ଖାଲି ସେତିକି ନୁହେଁ ମହାକାଳପଡା ବ୍ଲକରୁ ଅନେକ ଶ୍ରମିକ ପାରାଦ୍ୱିପ ଅଂଚଳକୁ ଯାଇ ମଜୁରି ଲାଗନ୍ତି । ଏବେ ଲକ ଡାଉନ ପାଇଁ ଏହି ଶ୍ରମିକମାନେ ପାରଦ୍ୱିପକୁ କାମ କରିବାକୁ ଯାଇ ପାରୁ ନାହଁନ୍ତି । ବାହାକୁଦ ଫେରିଘାଟ ବନ୍ଧ ହେବା ଓ ଲକ ଡାଉନ ପାଇଁ ବିଭିନ୍ନ ଶିଳ୍ପରେ ଶ୍ରମିକମାନଙ୍କ ନିଯୁକ୍ତି ହ୍ରାସ ଯୋଗୁ ମହାକାଳପଡା ଅଂଚଳର ମଜୁରିଆଙ୍କ ପରିବାରରେ ନରାଶ୍ୟ ଭାବ ଦେଖାଦେଇଛି । ଅନେକ ଶ୍ରମିକଙ୍କ ଘର ଛଣ ଛପର ଓ କିଛି ଶ୍ରମିକ ବାସହରା ହୋଇ ସରକାରି ଯାଗାରେ କୁଡିଆ କରି ରହିଛନ୍ତି । ଜମିବାଡି ନାହିଁ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ । ସେମାନଙ୍କୁ ନିର୍ମାଣ ଶ୍ରମିକ ସହାୟତ ଅର୍ଥ ଦିଆଯାଇ ନାହିିଁ । କିଛି ଶ୍ରମିକ ନିଜ ପରିବାରର ଅବସ୍ଥା ସମ୍ପର୍କରେ କୁହନ୍ତି କି କରୋନା ହେଲା ଆମେ ହାତ ବାନ୍ଧି ବସିଛୁ ଆମ ପିଲାଛୁଆ ମୁହଁରେ ଶାଗ ପେଜ ମୁଠାଏ ଦେଇ ପାରୁନୁ, ଆମେ ନିତି କାମ କରିଥିଲୁ ଆମର ଅଭାବ ନଥିଲା । ତୁରନ୍ତ ଏମାନଙ୍କୁ ନିର୍ମାଣ ଶ୍ରମିକ ବାବଦ ସହାୟତା ରାଶି ପ୍ରଦାନ କରିବାକୁ ଗ୍ରାମବସୀମାନଙ୍କ ତରଫରୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking