28.1 C
Bhubaneswar
Thursday, March 28, 2024
Homeଅପରାଧଅଦିନିଆ ଝଡ଼ରେ ମହିଳାଙ୍କ ମୃତ୍ୟୁ

ଅଦିନିଆ ଝଡ଼ରେ ମହିଳାଙ୍କ ମୃତ୍ୟୁ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ମୁଣ୍ଡିବେଡ଼ା ଗ୍ରାମ ପଞ୍ଚାୟତର ବାଘବେଡ଼ା ଗାଁରେ ହଠାତ୍ ଅଦିନିଆ ବର୍ଷାରେ ବଜ୍ରାଘାତ ହୋଇ ଜଣେ ମହିଳାଙ୍କ ଶୋଚନୀୟ ଭାବେ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ଉକ୍ତ ଗାଁର ଲାଲ୍ ସୋରିଙ୍କ ସ୍ତ୍ରୀ ଉର୍ମିଳା(୨୬) । ଉର୍ମିଳା ନିଜ ଘର ବାରଣ୍ଡାରେ ବସି ଥିଲା ବେଳେ ହଠାତ୍ ବର୍ଷା ପବନ ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମାରିଥିଲା । ହେଲେ ଘର ପାଖରେ ଥିବା ତେନ୍ତୁଳି ଗଛ ଉପରେ ଘଡ଼ଘଡ଼ି ମାରିବାରୁ ବାରଣ୍ଡାରେ ଥିବା ଉର୍ମିଳା ବଜ୍ରାଘାତ ଯୋଗୁଁ ଗୁରୁତର ଆଘାତ ପାଇଥିଲେ । ଏହାଦେଖି ତୁରନ୍ତ ଘର ଲୋକେ ଉର୍ମିଳାଙ୍କୁ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ରାଇଘର ପୁଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ଅପରପକ୍ଷେ ଉର୍ମିଳାଙ୍କ ଛୋଟଛୋଟ ୨ଜଣ ଶିଶୁ ଥିବା ବେଳେ ଉର୍ମିଳାଙ୍କ ମୃତ୍ୟୁରେ ପରିବାର ବର୍ଗଙ୍କ ସହ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ତେଣୁ ପ୍ରଶାସନ ପକ୍ଷରୁ ଏହି ଗରିବ ପରିବାରକୁ ସହାୟତା ପ୍ରଦାନ କରିବା ପାଇଁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking