41.1 C
Bhubaneswar
Tuesday, April 30, 2024
Homeଓଡିଶା୫୧ ନମ୍ବର କୋରନା ଆକ୍ରାନ୍ତଙ୍କ ଆସିଲା ଟ୍ରାଭେଲ ହିଷ୍ଟ୍ରି

୫୧ ନମ୍ବର କୋରନା ଆକ୍ରାନ୍ତଙ୍କ ଆସିଲା ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର: ବର୍ତମାନ ୫ କୋରନା ଆକ୍ରାନ୍ତଙ୍କ ଟ୍ରାଭେଲ ବିବରଣୀ ବିଷୟରେ ସୂଚନା ପ୍ରକାଶ ପାଇଛି । ଆକ୍ରାନ୍ତ ସୁନ୍ଦରଗଡ ବିଶ୍ରାର ୬୭ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡିଛି । ଏହାସହ ସେ ନିଜାମୁଦ୍ଦିନ ଲିଙ୍କ ସହ ଜଡିତ ଥିବା ମଧ୍ୟ ସୂଚନା ରହିଛି । ମାର୍ଚ୍ଚ ୫ ତାରିଖରେ ରାଉରକେଲାରୁ ଉତ୍କଳ ଏକ୍ସପ୍ରେସରେ ସେ ଦିଲ୍ଲୀ ଯାଇଥିଲେ । ମାର୍ଚ୍ଚ ୬ରୁ ୧୦ ସେ ଦିଲ୍ଲୀ ନିଜାମୁଦ୍ଦିନ ଗସ୍ତ କରିଥିଲେ । ଏହାପରେ ମାର୍ଚ୍ଚ ୧୦ରେ ସଂପର୍କ କ୍ରାନ୍ତି ଏକ୍ସପ୍ରେସରେ ବିଳାସପୁର ଯାଇଥିଲେ । ମାର୍ଚ୍ଚ ୧୧ ତାରିଖରେ ଟ୍ରେନରେ ରାଉରକେଲା ଏବଂ ଅଟୋରେ ବିଶ୍ରା ଫେରିଥିଲେ ବୋଲି ସୂଚନା ମିଳିଛି । ମାର୍ଚ୍ଚ ୧୨ରୁ ଏପ୍ରିଲ ୨ ପର୍ଯ୍ୟନ୍ତ ସେ ହୋମ୍ କ୍ୱାରେଂଟିନରେ ରହିଥିଲେ । ଏପ୍ରିଲ ୨ରୁ ୧୧ ଯାଏଁ ରାଉରକେଲା କ୍ୱାରେଂଟିନକୁ ସ୍ତାନାନ୍ତର ହୋଇଥିଲେ । ଏହାପରେ ଏପ୍ରିଲ ୧୧ରେ ସାମ୍ପଲ ସଂଗ୍ରହ ହେବାପରେ ସେ ପଜିଟିଭ ବୋଲି ଚିହ୍ନଟ ହୋଇଛି । ସାମ୍ପଲ ପଜେଟିଭ ଆସିବାରୁ ହାଇଟେକ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ।
ସେହିଭଳି ରାଜ୍ୟର ୫୦ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ବିବରଣୀ ପ୍ରକାଶ ପାଇଛି । ୪୧ ନମ୍ବର ଆକ୍ରାନ୍ତଙ୍କ ସଂପ୍ପର୍ଶରେ ଆସିଥିଲେ ୫୦ ନମ୍ବର ଆକ୍ରାନ୍ତ ୨୨ ବର୍ଷୀୟ ଯୁବକ । ୟୁନିଟ-୪ ମଧୁସୁଦନ ନଗରରେ ସେ ହୋମ୍ କ୍ୱାରେଂଟିନରେ ଥିଲେ । ମାର୍ଚ୍ଚ ୧୮ରୁ ୨୦ ଖୋର୍ଦ୍ଧା ବାଣପୁର ବଡହନ୍ତୁଡା ଯାଇଥିଲେ । ମାର୍ଚ୍ଚ ୨୦ରୁ ଏପ୍ରିଲ ୧୦ ମଧ୍ୟରେ ୟୁନିଟ ୩ ଓ ଷ୍ଟେସନ ସ୍କୋୟାର ଯାଇଥିଲେ । ସେହି ସମୟ ମଧ୍ୟରେ ସେ ସତ୍ୟନଗର ଓ ଜନପଥ ମଧ୍ୟ ଯାଇଥିଲେ । ଏପ୍ରିଲ ୧୦ରେ ସାମ୍ପଲ ସଂଗ୍ରହ ପରେ ସେ ପଜିଟିଭ ଚିହ୍ନଟ ହୋଇ କିମ୍ସ କୁ ସ୍ଥାନାନ୍ତର ହୋଇଥିଲେ ।
ଅନ୍ୟପଟେ ୫୨ ନମ୍ବର ଆକ୍ରାନ୍ତ ସୁନ୍ଦରଗଡ ଜିଲ୍ଲା ବିଶ୍ରାର ୧୮ ବର୍ଷୀୟ ନାବାଳକ । ମାର୍ଚ୍ଚ ୧୦ରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ସେ ଆସିଥିଲେ । ମାର୍ଚ୍ଚ ୧୦ରେ ଯାଜପୁର ଚାରିନଙ୍ଗଲରୁ ରାଉରକେଲା ବସରେ ଯାଇଥିଲେ । ମାର୍ଚ୍ଚ ୧୧ରେ ରାଉରକେଲା ପହଂଚି ଅଟୋରେ ବିଶ୍ରା ଯାଇଥିଲେ । ମାର୍ଚ୍ଚ ୧୧ରୁ ୨୦ ପର୍ଯ୍ୟନ୍ତ ଆଶିଆନା ମସଜିଦରେ ରହିଥିଲେ ।
ସେହିପରି ରାଜ୍ୟର ୫୩ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ବିବରଣୀ ବି ପ୍ରକାଶ ପାଇଛି । ଆକ୍ରାନ୍ତ ଝାରପଡାର ୪୨ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ୫୩ ନମ୍ବର ଆକ୍ରାନ୍ତ ୪୨ ନମ୍ବର ଆକ୍ରାନ୍ତଙ୍କ ନିକଟ ସଂପର୍କୀୟ ହୋଇଥିବା ସୂଚନା ମିଳିଛି । ମାର୍ଚ୍ଚ ୨୫ରୁ ୩ ଏପ୍ରିଲ କେଶୁରା, ବାଙ୍କୁଆଳ ଓ ସହିଦନଗରରେ ରହିଥିଲେ । ଏପ୍ରିଲ ୪ରୁ ୬ ଭିତରେ ୪୨ ନମ୍ବର ଆକ୍ରାନ୍ତଙ୍କ ସହ ଏମସକୁ ଯାଇଥିଲେ । ୫୩ ନମ୍ବର ଆକ୍ରାନ୍ତ ୭ରୁ ଏପ୍ରିଲ ୧୦ ଯାଏ କ୍ୱାରେଂଟିନରେ ଥିଲେ । ୧୧ ଏପ୍ରିଲରେ ଆକ୍ରାନ୍ତଙ୍କ ସାମ୍ପଲ ସଂଗ୍ରହ ଓ ପରେ ପଜେଟିଭ ଚିହ୍ନଟ ହୋଇଥିଲେ । ୧୧ ଏପ୍ରିଲରେ କିମସ କୋଭିଡ ହସ୍ପିଟାଲକୁ ସ୍ତାନାନ୍ତର ହୋଇଥିଲେ ।
ସେହିଭଳି ରାଜ୍ୟର ୫୪ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ବିବରଣୀ ମଧ୍ୟ ଦିଆଯାଇଛି । ୫୪ ନମ୍ବର ଆକ୍ରାନ୍ତ କେନ୍ଦ୍ରାପଡା ରାଜନଗରର ୧୭ ବର୍ଷୀୟା ଯୁବତୀ । ୨୯ ମାର୍ଚ୍ଚରେ କୋଲକାତାରୁ ଘରୋଇ ଆମ୍ବଲାନ୍ସରେ ଆସିଥିଲେ । କୋଲକାତାରୁ ବାଲେଶ୍ୱର ଓ ଭଦ୍ରକ ଦେଇ ଗାଁକୁ ଆସିଥିଲେ । ଭଦ୍ରକ ପହଂଚିବାର ୪୩ କିମି ପୂର୍ବରୁ ଚା ପିଇଥିଲେ । ମାର୍ଚ୍ଚ ୩୦ରୁ ଏପ୍ରିଲ ୧୧ ହୋମ୍ କ୍ୱାରେଂଟିନରେ ରହିଲେ । କେନ୍ଦ୍ରାପଡା ରାଜନଗର ଓସ୍ତିଆ ପଂଚାୟତ ନାଲଦିଆ ଗାଁରେ ସେ ରହିଥିଲେ । ୧୧ ଏପ୍ରିଲରେ ତାଙ୍କ ସାମ୍ପଲ ଟେଷ୍ଟ ପରେ ପଜିଟିଭ ବାହାରିଥିଲା । ପଜିଟିଭ ସ୍ପଷ୍ଟ ପରେ ୧୧ ଏପ୍ରିଲରେ କଟକ ଅଶ୍ୱିନୀ ହସ୍ପିଟାଲକୁ ସ୍ତାନାନ୍ତର ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking