28.1 C
Bhubaneswar
Monday, November 18, 2024
Homeଓଡିଶାମାଟ୍ରିକ ପରୀକ୍ଷାର୍ଥୀ ପୁଅର ମୃତ୍ୟୁ ପରେ ଆତ୍ମହତ୍ୟା କଲେ ବାପା

ମାଟ୍ରିକ ପରୀକ୍ଷାର୍ଥୀ ପୁଅର ମୃତ୍ୟୁ ପରେ ଆତ୍ମହତ୍ୟା କଲେ ବାପା

ଝାରସୁଗୁଡ଼ା : ମାଟ୍ରିକ ପରୀକ୍ଷାର୍ଥୀ ପୁଅର ମୃତ୍ୟୁରେ ମ୍ରିୟମାଣ ହୋଇ ବାପା ଆତ୍ମହତ୍ୟା କରିଛନ୍ତି । ଏମିତି ଅଘଟଣ ଘଟିଛି ଝାରସୁଗୁଡ଼ା ଜିଲ୍ଲା ବାଗଡ଼ିହି ଫାଣ୍ଡି ଅନ୍ତର୍ଗତ ଭଉଁରା ଗ୍ରାମରେ । ଗତ ୨୪ ତାରିଖ ମାଟ୍ରିକ ପରୀକ୍ଷା ଦେବା ପାଇଁ ଯାଉଥିବା ପୁଅ ଈଶ୍ୱର ରୋହିଦାସର ମୃତ୍ୟୁ ପରେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ବାପା ରଞ୍ଜିତ ରୋହିଦାସ ଆତ୍ମହତ୍ୟା କରିଛନ୍ତି । ଏ ବିଷୟରେ ଖବର ପାଇ ବାଗଡିହି ଫାଣ୍ଡି ପୁଲିସ ଘଟଣାସ୍ଥଳକୁ ପହଞ୍ଚ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।
ସୂଚନା ଅନୁଯାୟୀ, ମାଟ୍ରିକ ପରୀକ୍ଷା ଦେବା ପାଇଁ ଈଶ୍ୱରଙ୍କ ଇଚ୍ଛା ନଥିଲା । ହେଲେ ତାଙ୍କ ବାପା ରଞ୍ଜିତ ତାଙ୍କୁ ପରୀକ୍ଷା ଦେବା ପାଇଁ ବାଧ୍ୟ କରିଥିଲେ ଓ ଗତ ୨୪ ତାରିଖ ଗାଳି କରି ପରୀକ୍ଷା ଦେଇ ଯିବାକୁ ବାଧ୍ୟ କରିଥିଲେ । ବାପାଙ୍କଠୁ ଗାଳି ଶୁଣିବା ପରେ ଈଶ୍ୱର ପରୀକ୍ଷାକେନ୍ଦ୍ରକୁ ଯିବା ରାସ୍ତାରେ ସାଇକେଲରୁ ପଡ଼ି ଅଚେତ ହୋଇଯାଇଥିଲେ । ତାଙ୍କ ସାଙ୍ଗ ଓ ସ୍ଥାନୀୟଲୋକେ ଈଶ୍ୱରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ସମୟରେ ଈଶ୍ୱରଙ୍କ ବାପା ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ । ପୁଅର ମୃତ୍ୟୁ ପରେ ସେ କଥାବାର୍ତ୍ତା ହେବା ବନ୍ଦ କରିବା ସହ ଏଥିପାଇଁ ନିଜକୁ ଦାୟୀକରି ଆତ୍ମଗ୍ଲାନି ଏବଂ ଦୁଶ୍ଚିନ୍ତାରେ ରହୁଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । ତେବେ ଶୁକ୍ରବାର ସଂଧ୍ୟାରେ ଘରେ କେହି ନଥିବା ସମୟରେ ସେ କୌଣସି ବିଷାକ୍ତ ପଦାର୍ଥ ଖାଇ ଦେଇଥିବା ପରିବାର ଲୋକେ କହିଛନ୍ତି । ମୃତ ରଞ୍ଜିତଙ୍କ ବଡ଼ପୁଅ ଗୋବିନ୍ଦ ଏନେଇ ବାଗଡିହି ପୁଲିସକୁ ଖବର ଦେବାପରେ ଏଏସଆଇ କହ୍ନାଇ ଚରଣ ସେଠ ଘଟଣାସ୍ଥଳକୁ ପହଞ୍ôଚ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking