27.1 C
Bhubaneswar
Friday, March 29, 2024
Homeଅପରାଧସ୍ୱାମୀର କାଠଫାଳିଆ ମାଡ଼ରେ ସ୍ତ୍ରୀ ମୃତ

ସ୍ୱାମୀର କାଠଫାଳିଆ ମାଡ଼ରେ ସ୍ତ୍ରୀ ମୃତ

ରଘୁନାଥପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ଏରଣ୍ଡପାଳ ଗ୍ରାମର ଗୁରୁଚରଣ ବାରିକଙ୍କ ପୁଅ ହରେକୃଷ୍ଣ ବାରିକ(୩୧)ଙ୍କ କାଠଫାଳିଆ ମାଡ଼ରେ ତାଙ୍କ ସ୍ତ୍ରୀ ଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ହରେକୃଷ୍ଣ ଆଜକୁ ୧୦ ବର୍ଷ ତଳେ ରଘୁନାଥପୁର ଥାନା ଅନ୍ତର୍ଗତ ପୁରୁଣାବସନ୍ତ ଗ୍ରାମର କାଙ୍ଗାଳି ଚରଣ ସ୍ୱାଇଁଙ୍କ ମଝିଆ ଝିଅ ଅଳି ସ୍ୱାଇଁ ଓରଫ ମାନି(୨୮)କୁ ବୈଦିକ ରୀତିରେ ବିବାହ କରିଥିଲେ । ଗତ ବୁଧବାର ଦିନ କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଉଗ୍ର ରୂପ ନେବାରୁ ସ୍ୱାମୀ ହରେକୃଷ୍ଣ ଏକ କାଠ ଫାଳିଆରେ ସ୍ତ୍ରୀର ମୁଣ୍ଡକୁ ପିଟି ଦେଇଥିଲେ । ଫଳରେ ଅଳି ସେଠାରେ ଗୁରୁତର ହୋଇ ପଡିବାରୁ ତାଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇବା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅଳିଙ୍କର ଗୁରୁବାର ମୃତ୍ୟୁ ହୋଇଥିଲା । ଅଳିର ଭାଇ ରାଜେଶ କୁମାର ସ୍ୱାଇଁ ଅଧିକ ଯୌତୁକ ଦାବି କରି ତାଙ୍କ ଭଉଣୀଙ୍କୁ ଶାଶୁଘର ଲୋକେ ମାରିଦେଇଥିବାର ଅଭିଯୋଗ କରିଛନ୍ତି । ଥାନା ଆଇଆଇସି ନିରଞ୍ଜନ ମଲ୍ଲିକ ଅଭିଯୋଗକୁ ଭିତିକରି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ପରେ ଥାନାରେ ଯୌତୁକ ନିରୋଧ ଆଇନ ରୁଜ୍ଜୁ କରି ଅଳିର ସ୍ୱାମୀ ହରେକୃଷ୍ଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଆଇଆଇସିଙ୍କ ସୂଚନା ମୁତାବକ ଗତ ବୁଧବାର ହରେକୃଷ୍ଣଙ୍କ ସାନଭାଇର ପୁଅ ଅଙ୍ଗନବାଡି କେନ୍ଦ୍ରରୁ ୧୧ଟି ଅଣ୍ଡା ଆଣିଥିଲେ । ସେଥିରୁ ୪ ଟି ଅଣ୍ଡା ହରେକୃଷ୍ଣଙ୍କ ଝିଅ ପାଇଁ ଦେଇଥିଲେ । ତେବେ ଏହି ଅଣ୍ଡାକୁ ଅଳି ବାହାରକୁ ଫିଙ୍ଗିଦେବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା । କ୍ରୋଧବଶତଃ ନିକଟରେ ପଡିଥିବା ଏକ କାଠ ଫାଳିଆରେ ଅଳିକୁ ପିଟିଦେବାରୁ ଅଳିଙ୍କ ନାକ ଓ କାନରୁ ରକ୍ତଶ୍ରାବ ହୋଇ ଘଟଣା ସ୍ଥଳରେ ଗୁରୁତର ହୋଇ ପଡିଥିଲେ । ଅଭିଯୁକ୍ତ ହରେକୃଷ୍ଣ ପୁଲିସ ନିକଟରେ ଏହା ସ୍ୱୀକାର କରିଥିବା ଆଇଆଇସି ମଲ୍ଲିକ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking