39.1 C
Bhubaneswar
Wednesday, April 24, 2024
Homeଓଡିଶାଶବ ବ୍ୟବଚ୍ଛେଦ ବିଳମ୍ବରୁ ଚିକିତ୍ସାଳୟ ପରିସରରେ ଉତ୍ତେଜନା

ଶବ ବ୍ୟବଚ୍ଛେଦ ବିଳମ୍ବରୁ ଚିକିତ୍ସାଳୟ ପରିସରରେ ଉତ୍ତେଜନା

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଅଙ୍ଗୁରୁ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ସକାଶେ ଜିଲ୍ଲା ଚିକିତ୍ସାଳୟକୁ ଆଣିଥିଲେ । ମୃତକମାନେ ହେଲେ କଲ୍ୟାଣସିଂପୁର ବ୍ଲକ କୁର୍ଥେଲି ଗ୍ରାମର ବୃନ୍ଦାବନ କରକରିଆ ଓ ସଞ୍ଜୟ କରକରିଆ । ତେବେ ଚିକିତ୍ସାଳୟରେ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ବିଳମ୍ବ ଘଟିବାରୁ ପରିବାର ଲୋକେ ଜିଲ୍ଲା ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପରିସ୍ଥିତି କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ହେବାରୁ ଚିକିତ୍ସାଳୟ କର୍ତ୍ତୃପକ୍ଷ ତୁରନ୍ତ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ତେବେ ପୁଲିସ ମୃତକଙ୍କୁ ଚିକିତ୍ସାଳୟରେ ଭର୍ତ୍ତିକରି ଛାଡ଼ିଯାଇଥିବାରୁ ପୁଲିସ ଅଧିକାରୀଙ୍କ ବିନା ଅନୁମତିରେ ଶବ ବ୍ୟବଚ୍ଛେଦ ହୋଇପାରିବ ନାହିଁ ବୋଲି ଚିକିତ୍ସାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପରବର୍ତ୍ତୀ ସମୟରେ ପରିବାର ଲୋକେ ପାଟିତୁଣ୍ଡ ଓ ଧାରଣାରେ ବସିବା ପରେ ଚିକିତ୍ସାଳୟ କର୍ତ୍ତୃପକ୍ଷ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ପ୍ରଦାନ କରିଥିଲେ ।
ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଉଭୟ ଉକ୍ତ ଯୁବକ ଦୁହେଁ ନିଜ ରାୟଗଡ଼ାରୁ ନିଜ ଘର ଅଭିମୁଖେ ବାଇକ ଯୋଗେ ଫେରୁଥିବା ବେଳେ ଅଙ୍ଗୁରୁ ଗ୍ରାମ ନିକଟ ରାସ୍ତା ଉପରେ ଖରାପ ହୋଇ ପଡ଼ିରହିଥିବା ଏକ ଟ୍ରାକ୍ଟର ଟ୍ରଲି ସହ ବାଇକ ଧକ୍କା ହୋଇଥିଲା । ଫଳରେ ଉଭୟ ବାଇକ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଖବରପାଇ ଚାନ୍ଦିଲି ପୁଲିସ ଘଟଣାସ୍ଥଳରେ ପହଞ୍ôଚ ମୃତକଙ୍କ ଶବ ବ୍ୟବଚ୍ଛେଦ ସକାଶେ ଜିଲ୍ଲା ଚିକିତ୍ସାଳୟରେ ଆଣି ଭର୍ତ୍ତି କରିଥିଲେ । ତେବେ ଦୃର୍ଘଟଣା ପରେ ମୃତକଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଥିବାରୁ ପୁଲିସ ପକ୍ଷରୁ ଏକ ପ୍ଲାଟୁନ ସୁରକ୍ଷା କର୍ମୀ ମୁତୟନ ହୋଇଥିଲେ । ତେବେ ପୁଲିସ ଅଧିକାରୀଙ୍କ ବହୁ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking