ଭୁବନେଶ୍ୱର:ଅନିର୍ଦିଷ୍ଟ କଲା ପର୍ଯ୍ୟନ୍ତ ଘୁଂଚିଲା ବ୍ୟାଙ୍କ ଧର୍ମଘଟ । ୟୂନିଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିୟନ ପକ୍ଷରୁ ସୂଚନା ଦିଆଯାଇଛି ।ତେବେ ଆଗରୁ ଆସନ୍ତା ମାର୍ଚ୍ଚ ମାସରେ ବ୍ୟାଙ୍କ ୮ଦିନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଥିଲା । ମାର୍ଚ୍ଚ ୮ତାରିଖ ରବିବାର ,୯ ଏବଂ ୧୦ ତାରିଖ ଦୋଳପୂର୍ଣ୍ଣିମା , ହୋଲି ନିମନ୍ତେ ବନ୍ଦ ରହିବ । ସେହିପରି ୧୧ତାରିଖରୁ ତିନି ଦିନିଆ ବ୍ୟାଙ୍କ କର୍ମଚାରୀ ଧର୍ମଘଟ ଡାକରା ଦିଆଯାଇଥିବା ବେଳେ ଏବେ ଏହି ନିଷ୍ପତିରେ ପରିବର୍ତନ କରାଯାଇଛି । ମାର୍ଚ୍ଚ ୧୪ ଦ୍ୱିତୀୟ ଶନିବାର ପଡୁଥିବାରୁ ଛୁଟି ଏବଂ ୧୫ ତାରିଖ ରବିବାର ପାଇଁ ଛୁଟି ହୋଇଛି ।
https://onakhabar.com/2020/02/29/8-days-bank-will-be-closed/