18.1 C
Bhubaneswar
Saturday, November 23, 2024
Homeଅପରାଧଟ୍ରେନ ସିଟକୁ ନେଇ ୨୬ ବର୍ଷର ଯୁବକ କୁ ହତ୍ୟା ...

ଟ୍ରେନ ସିଟକୁ ନେଇ ୨୬ ବର୍ଷର ଯୁବକ କୁ ହତ୍ୟା …

ପୁନେ  : ମୁମ୍ବାଇର ଲଟୁର ବିଦର ଏକ୍ସପ୍ରେସ ରେ ଜଣେ ଯୁବକ କୁ ୧୨ ଜଣ ଲୋକ ବାଡେଇ ବାଡେଇ ମାରିଦେଇଥିବା ସୂଚନା ମିଳିଛି । ୧୨ ଜଣଙ୍କ ମଧ୍ୟରେ ୬ ଜଣ ମହିଳା ଥିବା ଜଣାପଡିଛି । ଗତ ଗୁରୁବାର ଦିନ ଟ୍ରେନ ରେ ସିଟ ରେ ବସିବାକୁ ନେଇ ଝଗଡା ସୃଷ୍ଟି ହୋଇଥିଲା ଏହି ଉତେଜନା ଏତେ ବଢି ଯାଇଥିଲା ଯେ ଜଣେ ଯୁବକଙ୍କର ଜୀବନ ଚାଲିଯାଇଛି । ଏନେଇ ଗମେଣ୍ଟ ରେଳବାଇ ପୋଲିସ ସୂଚନା ଦେଇଛି । ଜି ଆର ପି ଅଫିସରଙ୍କ ସୂଚନା ଅନୁସାରେ ଏହି ଘଟଣା ମହାରାଷ୍ଟ୍ର ର ପୁନେ ଏବଂ ଦଉଣ୍ଡ ରେଳୱଷ୍ଟେସନ ଠାରେ ଗୁରୁବାର ସକାଳେ ଘଟିଛି।
ଅଭିଯୋଗ ପିଡୀତଙ୍କ ପତ୍ନୀ କରିଛନ୍ତି । ପୀଡିତ ସାଗର ମାର୍କଡ଼ ,ତାଙ୍କ ସ୍ତ୍ରୀ ଜ୍ୟୋତି ,ମା ଏବଂ ୨ ବର୍ଷର ଝିଅ ଙ୍କ ସହ ପୁନେ ଷ୍ଟେସନ ଠାରୁ ୧୨:୪୫ ରେ ଚଢ଼ିଥିଲେ ।  ଟ୍ରେନ ର ବଗି ସମ୍ପୂର୍ଣ ଭର୍ତି ଥିବା ବେଳେ ଗୋଟିଏ ବି ସ୍ଥାନ ଖାଲି ନଥିଲା । ମାର୍କଡ଼ ସେହି ବଗି ରେ ଥିବା ଜଣେ ମହିଳା ଙ୍କୁ ଅନୁରୋଧ କରିଥିଲେ କି ତାଙ୍କ ପତ୍ନୀ ଙ୍କୁ ଟିକେ ବସିବା କୁ ଜାଗା ଦିଅ କାହିଁକିନା ତାଙ୍କ ସହ ଛୋଟ ଛୁଆ ଥିଲା । କିନ୍ତୁ ସେହି ମହିଳା ଜଣକ ଖରାପ ଭାଷାରେ ଗାଳିଗୁଲଜ ଆରମ୍ଭ କଲେ ତାଙ୍କ ସହ ଆଉ ୬ଜଣ ମହିଳା ମିଶି ସହ ଉତ୍ତେଜନ ମୂଳକ ପରିସ୍ଥିତ ସୃଷ୍ଟି କଲେ । ଏବଂ ମାର୍କଡ଼ ଙ୍କୁ ଗୋଇଠା ମାରିବା ସହ ମାଡ଼ ପିଟ କଲେ। ମାର୍କଡ଼ ଙ୍କ ପରିବାର ଏହି ପରିସ୍ଥିତି କୁ ଶାନ୍ତ କରିବାକୁ ଯେତେ ଚେଷ୍ଟା କଲେ ବି ଟ୍ରେନ ଷ୍ଟେସନ ରେ ପହଁଚିବା ଯାଏ ଏହି ଲୋକମାନେ ମାଡ଼ ମାରିବା ଜାରି ରଖିଥିଲେ। ଦଉଣ୍ଡ ଷ୍ଟେସନ ଠାରେ ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୀଡିତ ଙ୍କ ପରିବାର ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ପାଇଁ ଯାଉଥିବା ପୋଲିସ କୁ ଜଣାଇଥିଲେ ।ପୋଲିସ ମାମଲା ରୁଜୁ କରି ଏଭଳି କାଣ୍ଡ ଘଟାଇଥିବା ଦୋଷୀମାନଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking