32.1 C
Bhubaneswar
Thursday, March 28, 2024
Homeଓଡିଶାରାତିରେ ପରୀକ୍ଷା ଦେଲେ ପରୀକ୍ଷାର୍ଥୀ

ରାତିରେ ପରୀକ୍ଷା ଦେଲେ ପରୀକ୍ଷାର୍ଥୀ

ମୟୁରଭଞ୍ଜ : ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଅଧିନରେ ପରିଚାଳିତ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ନିୟନ୍ତ୍ରଣରେ ଆରମ୍ଭ ହୋଇଛି ମୁକ୍ତ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ପାଇଁ ମ୍ୟାଟ୍ରିକ ବୋର୍ଡ ପରୀକ୍ଷା । ତେବେ ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳୁଥିବା ବେଳେ ରାତିରେ ପରୀକ୍ଷା ଦେଲେ ପରୀକ୍ଷାର୍ଥୀ । ପୁଣି ସାମ୍ନା କୁ ଆସିଲା ମାଧ୍ୟମିକ ଶିକ୍ଷା ପରିଷଦ ର ଅବହେଳା । ଦିନ ୧-୩୦ ମିନିଟ ରେ ହେବାକୁ ଥୁବା ପରୀକ୍ଷା ସନ୍ଧ୍ୟା ୫ ଟା ପରେ ହେଉଥିବା ଦେଖିବାକୁ ମିଳିଛି । ମୟୁରଭଞ୍ଜ ଜିଲ୍ଲା ବିଜାତଳା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦିନବେଳା ହେବା ପରିବର୍ତ୍ତେ ସନ୍ଧ୍ୟା ପରେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ପରୀକ୍ଷା ବିଳମ୍ବ ହେବା ପରେ ପରୀକ୍ଷାର୍ଥୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ବିଜାତଳା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରୁ ସେ ଏବିଷୟରେ କିଛି ଜାଣି ନଥିବା ସୂଚନା ଦେଇଛନ୍ତି । ତେବେ ପରୀକ୍ଷା କେନ୍ଦ୍ର ର ସୁପରିଟେଣ୍ଡେଣ୍ଟ ନିଜ ଇଛା ରେ ପରୀକ୍ଷା ଆରମ୍ଭ କରିଥିବା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପରୀକ୍ଷା ଦିନ ୪ ଟାରେ ସରିବାକୁ ଥିବା ବେଳେ ରାତି ୮.୩୦ ପର୍ଯ୍ୟନ୍ତ ଚାଲି ଥିବା ଦେଖିବାକୁ ମିଳିଛି ।
https://onakhabar.com/2020/02/20/kakpur-hospital-negelency/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking