ଅକଲାଣ୍ଡ : ଦ୍ୱିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ଭାରତ ପରାସ୍ତ କରିଛି । ଏହି ବିଜୟ ସହିତ ଭାରତ ୨-୦ରେ ସିରିଜରେ ଅଗ୍ରଣୀ ଲାଭ କରିଛି । କେ ଏଲ ରାହୁଲଙ୍କ ଅର୍ଦ୍ଧଶତକ ଓ ଶ୍ରେୟସ ଆୟାରଙ୍କ ୪୪ରନ ବଳରେ ଭାରତ ଏହି ସହଜ ବିଜୟ ହାସଲ କରିଛି। କେଏଲ ରାହୁଲ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୫ ୱିକେଟ ହରାଇ ୧୩୨ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଗୁପଟିଲ ଓ ସିଫରର୍ଟ ସର୍ବାଧିକ ୩୩ରନ ଲେଖାଁଏ ସଂଗ୍ରହ କରିଥିଲେ । ୧୩୩ରନର ସହଜ ବିଜୟ ଳକ୍ଷ୍ୟର ପିଛା କରି ଭାରତ କେଏଲ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ(୫୭) ଓ ଶ୍ରେୟସ ଆୟାରଙ୍କ ୪୪ରନ ବଳରେ ୧୭.୩ ଓଭରରେ ୧୩୫ ରନ କରି ମ୍ୟାଚ ଜିତି ନେଇଥିଲା। ୨୯ ତାରିଖରେ ସିରିଜର ୩ୟ ଟି-୨୦ ମ୍ୟାଚ ହାମିଲଟନଠାରେ ଖେଳାଯିବ।