14.1 C
Bhubaneswar
Friday, January 10, 2025
Homeଓଡିଶାଗ୍ରୀଷ୍ମ ଋତୁ ପୂର୍ବରୁ ଉପୁଜିଛି ପାନୀୟଜଳ ସମସ୍ୟା

ଗ୍ରୀଷ୍ମ ଋତୁ ପୂର୍ବରୁ ଉପୁଜିଛି ପାନୀୟଜଳ ସମସ୍ୟା

ମାଲକାନଗିରି : ମାଲକାନଗିରି ଜିଲ୍ଲା ଡୁଡାମେଟା ପଞ୍ଚାୟତ ଅନ୍ତର୍ଗତ ବାଳକାଟି ଗ୍ରାମରେ ଗ୍ରୀଷ୍ମ ଋତୁ ପୂର୍ବରୁ ପାନୀୟଜଳ ସମସ୍ୟା ଦେଖାଦେଇଛି । ରାଜ୍ୟ ସରକାର ସହର ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ପାନୀୟଜଳ ଯୋଗାଇ ଦେବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତଥାପି ତୁଟୁନି ପାନୀୟଜଳ ସମସ୍ୟା । ଗ୍ରୀଷ୍ମ ଋତୁ ପୂର୍ବରୁ ଜଳସଙ୍କଟ ଏହି ଗ୍ରାମବାସୀଙ୍କୁ ହନ୍ତସନ୍ତ କରିଛି । ବାଳକାଟି ଗ୍ରାମରେ ମୋଟ୍ ୭୦ଟି ପରିବାର ବସବାସ କରନ୍ତି । ଏହି ପରିବାରରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଲୋକ ଥିବା ବେଳେ ଏମାନଙ୍କ ପାଇଁ ଗୋଟିଏ ନଳକୂପ ରହିଛି । ଏଣୁ ଏହି ଗ୍ରାମରେ ପାନୀୟଜଳ ପାଇଁ ମହିଳାଙ୍କୁ ଭୋରରୁ ପାଖରେ ଥିବା ନଳକୂପ ନିକଟରେ ଲମ୍ବା ଧାଡି କରି ଠିଆ ହେବାକୁ ପଡ଼ୁଛି । ତେବେ ନଳକୂପର ମରାମତି ଅଭାବରୁ ଗୋଟିଏ ହାଣ୍ଡି ପାଣିରେ ଭରିବା ପାଇଁ ପ୍ରାୟ ୧ଘଣ୍ଟା ସମୟ ଲାଗିଥାଏ ।
ତେବେ ଶୀତ ଋତୁରେ ଏଭଳି ଅବସ୍ଥା ଲାଗିରହିଥିବା ବେଳେ ଗ୍ରୀଷ୍ମ ଋତୁରେ ଜଳ ମିଳିବା କଷ୍ଟକର ହେଉଥିବାରୁ ସମସ୍ୟା ଦ୍ୱିଗୁଣିତ ହେଉଛି । ଅନ୍ୟପକ୍ଷରେ ଏଠାରେ ଆଉ ଗୋଟିଏ ମାତ୍ର ନଳକୂପ ଅଛି । ହେଲେ ତାହା ଅଚଳ ଥିବାରୁ ପାଣି ପାଇଁ ବହୁ ଅସୁବିଧା ଉପୁଜୁଛି ବୋଲି ଗ୍ରାମର ମହିଳା ଦେବେ ପଡ଼ିଆମି, ଜମୁନା ମାଡକାମୀ ଅଭିଯୋଗ କରିଛନ୍ତି । ପୂର୍ବରୁ ସ୍ଥାନୀୟ ଲୋକ ଏସମ୍ବନ୍ଧରେ ବହୁବାର ବ୍ଲକ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କିଛି ଫଳ ମିଳୁନାହିଁ ବୋଲି ସରପଞ୍ଚ ଈଶ୍ୱରୀ ମାଡ଼କାମୀଙ୍କ ସହ ମୁକୁନ୍ଦ ମାଡ଼କାମୀ ମଙ୍ଗଳା ମାଡ଼କାମୀ, ଗଙ୍ଗା ମାଡ଼କାମୀ ଅଭିଯୋଗ କରିଛନ୍ତି । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପାଣି ସମସ୍ୟା ଦୂର କରିବା ପାଇଁ ଦାବି ହେଉଛି । ତେବେ ଗ୍ରାମବାସୀଙ୍କ ପାଇଁ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରାଯିବା ସହ ମାସକ ମଧ୍ୟରେ ନଳକୂପ ଖନନ କରାଯିବ ବୋଲି କୋରୁକୋଣ୍ଡା ବ୍ଲକ ବିଡିଓ ଦାଶରଥି ସୋରାବୁ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking