30.1 C
Bhubaneswar
Monday, May 26, 2025
Homeଓଡିଶାପ୍ରସ୍ତାବିତ ମଦ ଦୋକାନକୁ ବିରୋଧ : ଜିଲ୍ଲାପାଳଙ୍କୁ ଦାବିପତ୍ର

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ : ଜିଲ୍ଲାପାଳଙ୍କୁ ଦାବିପତ୍ର

ରାଜନଗର : ରାଜନଗର ବ୍ଲକର ଡେରା, ହାତିନା, କୁରୁଣ୍ଟି ଗ୍ରାମର ମଧ୍ୟସ୍ଥଳୀ ହାଟସାହି ଗ୍ରାମରେ ସରକାରୀ ମଦ ଦୋକାନ ଖୋଲାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସ୍ଥାନୀୟ ଲୋକଙ୍କ ମତାମତ ନିମିତ ଏକ ନୋଟିସ୍ ଜାରି କରିଛନ୍ତି । ଏହି ନୋଟିସ୍ ପାଇବା ପରେ ସଂପୃକ୍ତ ପଞ୍ଚାୟତଗୁଡିକର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ମଦଦୋକାନ ଖୋଲା ନଯିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ମଦ ଦୋକାନ ଖୋଲାଯିବା ପାଇଁ ସ୍ଥିର ହୋଇଥିବା ସ୍ଥାନରେ ଗୃହପାଳିତ ପଶୁ ମାନଙ୍କର ଚରାବୁଲା ସ୍ଥାନ ।
ମଦ ଦୋକାନ ଖୋଲାଗଲେ କେବଳ ଗୃହ ପାଳିତ ପଶୁ କ୍ଷତିଗ୍ରସ୍ତ ହେବେ ନାହିଁ ବରଂ ୩ଟି ପଞ୍ଚାୟତର ବିଭିନ୍ନ ମେଳା ମହୋତ୍ସବ ମଧ୍ୟ ବାଧାପ୍ରାପ୍ତ ହେବ । ଏହାଛଡା ଏଠାରେ ଅଷ୍ଟଶମ୍ଭୁ ଡିଗ୍ରୀ ସଂସ୍କୃତ ମହାବିଦ୍ୟାଳୟ, ନଳିନୀକାନ୍ତ ଯୁକ୍ତ ୨ ମାଧ୍ୟମିକ ଉଚ୍ଚଶିକ୍ଷା ବିଦ୍ୟାଳୟ ରହିଛି । ମଦ ଦୋକାନ ଖୋଲାଗଲେ ଅସାମାଜିକ ବ୍ୟକ୍ତି ମାନଙ୍କର ଆଡ୍ଡା ଜମିବ । କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାର ପ୍ରଭାବ ପଡିବ । ତୁରନ୍ତ ଏହି ପ୍ରସ୍ତାବିତ ଠିପିଖୋଲା ବିଦେଶୀ ମଦ ଦୋକାନ ବନ୍ଦ କରାଯିବା ପାଇଁ ଡେରା ସରପଞ୍ଚ ହେମଲତା ସାହାଣୀ, କୁରୁଣ୍ଟି ସମିତିସଭ୍ୟ ସନ୍ତୋଷ କୁମାର ମହାନ୍ତି, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ଜେନା, ବରିଷ୍ଠ ବିଜେପି ନେତା ନୀଳମଣି ସାହାଣୀ, ସରୋଜ କାନ୍ତ ସ୍ୱାଇଁ, ବନିତା ରାଉତ, ନିରୁପମା ବେହେରା, ରୁନିଲତା ବାରିକ, ବିଜୁଳି ସାମଲ, ନିଗମାନନ୍ଦ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ପ୍ରମିଳା ରାଉତ, ବୁଲି ଜେନା, ଓଁ ନମଃ ଶିବାୟ ସ୍ୱୟଂ ସହାୟିକା ଗୋଷ୍ଠୀର ଇତିଶ୍ରୀ ରାଉତ ପ୍ରମୁଖ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking