21.1 C
Bhubaneswar
Monday, November 18, 2024
Homeଦେଶ ବିଦେଶବିଜେପି ତାର ପାରମ୍ପାରିକ ଆସନ ବଜାୟ ରଖି ପାରିବ କି?

ବିଜେପି ତାର ପାରମ୍ପାରିକ ଆସନ ବଜାୟ ରଖି ପାରିବ କି?

ରାଂଚି: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଚାଲିଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଗୁରୁବାର ମତଦାନ ଅବ୍ୟାହତ ରହିଛି । ଏହିପର୍ଯ୍ୟାୟ ନିର୍ବାଚନରେ ୮ଟି ଜିଲ୍ଲାର ୧୭ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେଉଛି । କିନ୍ତୁ ଏହି ପର୍ଯ୍ୟାୟ ନିର୍ବାଚନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଯାହା ଆଲୋଚନା ହେଉଛି ସେଥିରେ କୁହାଯାଉଛି ରାଜ୍ୟରେ ସରକାରରେ ଥିବା ବିଜେପି ଲଗାତାର ଭାବେ ୨ଟି ଆସନରେ କେବେ ନିର୍ବାଚନ ହାରିନାହିଁ । ୨୦୦୦ ମସିହାରେ ଝାଡ଼ଖଣ୍ଡ ରାଜ୍ୟ ଗଠନର ପରଠାରୁ ରାଂଚି ଓ କାଙ୍କେ ବିଧାନସଭା ଆସନରେ ବିଜେପି କ୍ଷମତାର ଥାଉ କି ନଥାଉ କେବେ ହେଲେ ନିର୍ବାଚନ ହାରିନାହିଁ । ଏହି ୨ଟି ବିଧାନସଭା ଆସନରେ ଏହି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଛି । ଏଣୁ ଏଥର ଏହି ୨ଟି ଆସନରେ ଦଳ କଡ଼ା ମୁକାବିଲାର ସମ୍ମୁଖୀନ ହେଉଥିବାରୁ ତାର ୨ ପାରମ୍ପାରିକ ଆସନକୁ ବଜାୟ ରଖିପାରୁଛି କି ନାହିଁ ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ ।
ଏଥର ୧୭ଟି ଆସନରେ ଯେଉଁ ନିର୍ବାଚନ ହେଉଛି ସେଥିରେ ବାରହି, ବରକାଗାଓଁ, ବରକଥା, ବରମୋ, ଧନୱାର, ଗୋମିଆ, ହାତିଆ, ହଜାରିବାଗ, ପିଛାଘର, କାଙ୍କେ, ଖିଜିରି, କୋଡ଼ରମ୍ମା, ମାଣ୍ଡୁ, ରାମଗଡ଼, ରାଂଚି, ସିଲ୍ଲି ଓ ସିମାରିଆ ବିଧାନସଭା ଆସନ ରହିଛି । ଏହି ୧୭ଟି ଆସନରୁ ବିଜେପି ୨୦୦୫ ନିର୍ବାଚନରେ ସର୍ବାଧିକ ୯ଟି ଆସନ ଜିତିଥିଲା । ୧୫ଟି ଆସନରେ ପ୍ରାର୍ଥୀ ଦେଇଥିଲା ।
୨୦୦୯ ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଲାଗିଥିଲା । ମାତ୍ର ୪ଟି ଆସନ ଦଳ ଜିତିପାରିଥିଲା । କିନ୍ତୁ ୨୦୧୪ ନିର୍ବାଚନରେ ମୋଦି ହାୱାରେ ଦଳ ପୁଣି ପୂର୍ବସ୍ଥିତିକୁ ଫେରିଥିଲା । ଝାଡ଼ଖଣ୍ଡରେ ଗାଦି ଦଖଲ କରିବାରେ ସଫଳ ହୋଇଥିଲା । ଦଳର ଭୋଟ ହାର ୪୦ ପ୍ରତିଶତ ବୃଦ୍ଧି ଘଟିଥିଲା । ୨୦୦୯ରେ ଏହି ପର୍ଯ୍ୟାୟରେ କଂଗ୍ରେସ ସର୍ବାଧିକ ୧୩ଟି ଆସନରେ ପ୍ରାର୍ଥୀଦେଇ ୬ଟି ଦଖଳ କରିପାରିଥିଲା । ୨୦୦୫ରେ ଦଳ ୩ଟି ଆସନ ଓ ୨୦୧୪ରେ ୨ଟି ଆସନ ଜିତିଥିଲା । ଭୋଟ ହାର ଦଳର ୧୪.୭ ପ୍ରତିଶତକୁ ଖସିଥିଲା ଏହି ୧୩ଟି ଆସନରେ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସବୁଠୁ ଖରାପ ପ୍ରଦର୍ଶନ କରିଥିଲା । ୨୦୦୫ ଓ ୨୦୦୯ରେ ଜେଏମଏମ ଗୋଟିଏ ଲେଖାଏଁ ଆସନ ପାଇଥିଲା ଓ ୨୦୧୪ରେ ୩ଟି ଆସନ ପାଇଥିଲା । ଏଜେଏସୟୁ ୨୦୦୫ ଓ ୨୦୦୯ରେ ୨ଟି ଲେଖାଏଁ ଆସନ ପାଇଥିଲା । ୨୦୧୪ରେ କେବଳ ରାମଗଡ଼ ବିଧାନସଭା ଆସନ ଦଳ ଜିତିଥିଲା । ଲଗାତର ଭାବେ ୩ଟି ନିର୍ବାଚନରେ ଦଳ ଏହି ବିଧାନସଭାରେ ନିଜର ସ୍ଥିତିକୁ ବଜାୟ ରଖିଚାଲିଛି ।
ଏହି ପର୍ଯ୍ୟାୟରେ ୫୬ ଲକ୍ଷ ୧୮ ହଜାର ୨୬୭ ଭୋଟର ମତଦାନ ସାବ୍ୟସ୍ତ କରିବେ । ସେମାନେ ବିଭିନ୍ନ ରାଜନୈତିକ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩୦୯ ଜଣଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହି ପ୍ରାର୍ଥୀଙ୍କ ମଧ୍ୟରୁ ସର୍ବାଧିକ ୬୨ ଜଣଙ୍କ ବିରୋଧରେ ଗୁରୁତର ଫୌଜଦାରୀ ମାମଲା ରହିଛି ବୋଲି ଏଡିଆର ରିପୋର୍ଟରେ ଦର୍ଶାଯାଇଛି । ଏମାନଙ୍କ ଭିତରେ ୧୦ଜଣଙ୍କ ବିରୋଧରେ ମହିଳା ଅପରାଧର ଅଭିଯୋଗ ରହିଛି । ୨ ଜଣଙ୍କ ବିରୋଧରେ ହତ୍ୟା, ୧୩ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗମାନ ଥିବା ରିପୋର୍ଟରେ କୁହାଯାଇଛି । ୭୭ ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି । ୧କୋଟି ୨୪ ଲକ୍ଷ ହାରାହାରି ସମ୍ପତ୍ତି ଥିôବା ଆକଳନ କରାଯାଇଛି ।
https://onakhabar.com/2019/12/12/jhadkhnad-election/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking