27.8 C
Bhubaneswar
Friday, April 19, 2024
Homeଅପରାଧନାଗରିକତା ସଂଶୋଧନ ବିଲ୍ ବିରୋଧୀ ହିଂସାକାଣ୍ଡରୁ ବାଦ୍ ପଡିନି ମନ୍ତ୍ରୀ ଓ ନେତାଙ୍କ ଘର

ନାଗରିକତା ସଂଶୋଧନ ବିଲ୍ ବିରୋଧୀ ହିଂସାକାଣ୍ଡରୁ ବାଦ୍ ପଡିନି ମନ୍ତ୍ରୀ ଓ ନେତାଙ୍କ ଘର

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲ୍ ଗତ ୯ତାରିଖରେ ଲୋକସଭାରେ ପାସ୍ ହୋଇଥିବା ବେଳେ ଗତକାଲି ରାଜ୍ୟସଭାରେ ପାସ୍ ହୋଇଛି । ନାଗରିକତା ସଂଶୋଧନ ବିଲ୍ କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଅନେକ ସଂଗଠନ ଏହାକୁ ବିରେଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଭିନ୍ନ ସ୍ଥାନରେ ପୋଡାଜଳା, ଭଙ୍ଗାରୁଜା କରିବା ସହ କେନ୍ଦ୍ରମନ୍ତ୍ରୀ ରାମେଶ୍ୱର ତେଲିଙ୍କ ଘର ଉପରକୁ ମଧ୍ୟ ଆକ୍ରମଣ କରିଛନ୍ତି ଆନ୍ଦୋଳନକାରୀ । ଡିବ୍ରୁଗଡ ଜିଲ୍ଲା ଦୁଲିଆଜନ ସ୍ଥିତ ମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ କରିଛନ୍ତି ଆନ୍ଦୋଳନକାରୀ । ମନ୍ତ୍ରୀଙ୍କ ଘରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ରାମେଶ୍ବର ତେଲି ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ଅଛନ୍ତି । ସେ ଡିବ୍ରୁଗଡରୁ ପ୍ରତିନିଧିତ୍ବ କରୁଛନ୍ତି । ଏହା ପୂର୍ବରୁ ଆନ୍ଦୋଳନକାରୀ ଆସାମ ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ମଧ୍ୟ ପଥର ଫିଙ୍ଗିଥିଲେ । ବିଜେପି ବିଧାୟକ ପ୍ରଶାନ୍ତ ଫୁକନ ଏବଂ ବିଜେପି ନେତା ସୁବାଷ ଦତ୍ତଙ୍କ ଘର ଉପରକୁ ମଧ୍ୟ ବିଲ୍ ବିରୋଧୀ ଆନ୍ଦୋଳନକାରୀ ଆକ୍ରମଣ କରିଥିଲେ । ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆସାମର ଗୌହାଟୀ, ତିନସୁକିଆ, ଡିବ୍ରୁଗଡ ଏବଂ ଜୋରାତ ଜିଲ୍ଲାରେ ଅତିରିକ୍ତ ସେନା ମୁତୟନ କରାଯାଇଥିବାର ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking