23.1 C
Bhubaneswar
Friday, November 22, 2024
Homeଓଡିଶାସବଜେଲ୍ ଲାଣ୍ଡିବନ୍ଧକୁ ସ୍ଥାନାନ୍ତର : କଡ଼ା ସୁରକ୍ଷା ମଧ୍ୟରେ ବନ୍ଦୀଙ୍କୁ ନିଆଗଲା

ସବଜେଲ୍ ଲାଣ୍ଡିବନ୍ଧକୁ ସ୍ଥାନାନ୍ତର : କଡ଼ା ସୁରକ୍ଷା ମଧ୍ୟରେ ବନ୍ଦୀଙ୍କୁ ନିଆଗଲା

 
ବୌଦ୍ଧ:  ବୌଦ୍ଧରେ ୧୯୧୭ ମସିହାରେ   ସହରର  ପୁରୁଣା ବ୍ଲକ୍ ଛକ ଠାରେ  ସବଜେଲ ନିର୍ମାଣ ହୋଇଥିଲା । ଏହି ସବଜେଲରେ  ଆଜି ପର୍ଯ୍ୟନ୍ତ ବନ୍ଦୀମାନେ ରହିଆସୁଥିଲେ । କିନ୍ତୁ ଏହି  ସବଜେଲରେ ବନ୍ଦୀଙ୍କ ପାଇଁ  ନୂତନ କୋଠା ନିର୍ମାଣ କରାଯାଇନଥିବାରୁ ବହୁ ସମୟରେ ବନ୍ଦୀମାନଙ୍କ  ରହିବା ପାଇଁ ଅସୁବିଧା ଦେଖାଦେଉଥିଲା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସହର ଠାରୁ ଦୀର୍ଘ ୧୭ କି.ମି ଲାଣ୍ଡିବନ୍ଧ ଠାରେ ନୂତନ ଜେଲ ନିର୍ମାଣ କରାଯାଇଥିଲା । କିନ୍ତୁ ଏହି ନୂତନ ଜେଲଟି ନିର୍ମାଣ କରାଯାଇଥିଲେ ମଧ୍ୟ ସ୍ଥାନାନ୍ତରିତ ହୋଇପାରୁନଥିଲା । କିନ୍ତୁ ଗତ  ଅକ୍ଟୋବର ୧୧ରେ  ୫ଟି ସଚିବ  ଭିକେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି  ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ  ବୌଦ୍ଧ ଜିଲ୍ଲା ଗସ୍ତ କରି ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ପଚାରି ବୁଝିଥିଲେ । ଏହି ସମୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମୁଖ୍ୟ ଚିକିତ୍ସାଳୟରେ ସ୍ଥାନ ଅଭାବ ଯୋଗୁଁ ବହୁ ଅସୁବିଧା ହେଉଥିବା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ସଚିବଙ୍କ ଗସ୍ତର ୫ ଦିନ ପରେ ବୌଦ୍ଧ ଜିଲ୍ଲାରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ନୂତନ ଚିକିତ୍ସାଳୟ ନିର୍ମାଣ କରାଯିବା ନେଇ ଘୋଷଣା କରାଯାଇଥିଲା । ଘୋଷଣା ପରେ ଜିଲ୍ଲାପାଳ  ନୂତନ ଚିକିତ୍ସାଳୟ ଜେଲ ପରିସରରେ ନିର୍ମାଣ କରାଯିବ ବୋଲି ସୂଚନା ଦେବା ସହ ଜେଲ ନୂତନ କୋଠାକୁ ଯିବ ଓ  ଖୁବଶୀଘ୍ର  ନୂଆ ଚିକିତ୍ସାଳୟ କାର୍ଯ୍ୟ ଆରମ୍ଭ ହେବ ବୋଲି ମଧ୍ୟ ସୂଚନା ଦେଇଥିଲେ । ରବିବାର  ସବ୍ ଜେଲଟି ଲାଣ୍ଡିବନ୍ଧକୁ ସ୍ଥାନାନ୍ତର ହୋଇଛି । ସବଜେଲରେ ଥିବା ବନ୍ଦୀମାନଙ୍କୁ କଡା ସୁରକ୍ଷା ମଧ୍ୟରେ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଜେଲର ଜନାର୍ଦ୍ଧନ ମଲିକଙ୍କୁ ପଚାରିବାରୁ ସବଜେଲଟି ଲାଣ୍ଡିବନ୍ଧ ଠାରେ ନିର୍ମାଣ ହୋଇଥିବା ନୂଆ କୋଠାକୁ ସ୍ଥାନାନ୍ତର ହୋଇଛି ଏବଂ  ୨୮୩ ଜଣ ବନ୍ଦୀ ଥିଲେ । ସେମାନଙ୍କୁ କଡା ସୁରକ୍ଷା ମଧ୍ୟରେ ନୂଆ ଜେଲକୁ ସ୍ଥାନାନ୍ତରିତ କରାଯାଇଥିବା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking