27.1 C
Bhubaneswar
Thursday, April 25, 2024
Homeଓଡିଶା୧୪ ଦଫା ଦାବିରେ ଆଶାକର୍ମୀଙ୍କ ଧାରଣା : ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲେଇବା ଚେତାବନୀ

୧୪ ଦଫା ଦାବିରେ ଆଶାକର୍ମୀଙ୍କ ଧାରଣା : ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲେଇବା ଚେତାବନୀ

 

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଆଶାକର୍ମୀ ସଙ୍ଘ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୪ ଦଫା ଦାବି ନେଇ ଧାରଣ ଦେଇଛନ୍ତି । ଆଶାକର୍ମୀ ସଙ୍ଘ ପକ୍ଷରୁ କୁହାଯାଇଛି ଯେ, ସେମାନେ ପ୍ରାଥମିକ ସ୍ତରରେ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇଥାନ୍ତି । ହେଲେ  ସେମାନେ ବେତନ ତଥା ଆର୍ଥିକ ସହାୟତା କ୍ଷେତ୍ରରେ ଅବହେଳିତ ହେଉଛନ୍ତି । ସେମାନଙ୍କୁ ତାଙ୍କର ପ୍ରୋତ୍ସାହନ ରାଶି ମାସକୁ ୩୫ଶହ ଟଙ୍କା ଉପଯୁକ୍ତ ସମୟରେ ପ୍ରଦାନ କରାଯାଉ ନାହିଁ । ଏହାସହ ଜେଏସଓାଇ, ଟିବି, ଲେପ୍ରୋସି, ଡେଙ୍ଗୁ ତଥା ଅନ୍ୟାନ୍ୟ ସର୍ଭେ, ଫ୍ୟାମିଲି ପ୍ଲାନିଙ୍ଗ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଉ ନାହିଁ ବୋଲି ଆଶା କର୍ମୀମାନେ ଅଭିଯୋଗ କରିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି ଆବଶ୍ୟକୀୟ କାରଣ ନଥିଲେ ମଧ୍ୟ ଗର୍ଭବତୀ ମହିଳାମାନଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରୁ ଅନ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଛି ଓ ସେମାନଙ୍କୁ ଜେଏସଓାଇ ଟଙ୍କା ପ୍ରଦାନ କରାଯାଉ ନାହିଁ । ତେଣୁ ଆଶାକର୍ମୀମାନଙ୍କ ପ୍ରତି ଅବହେଳା ନକରି ପ୍ରୋତ୍ସାହନ ରାଶି ସହ ମାସିକିଆ ଦରମା ପ୍ରଦାନ କରାଯାଉ ବୋଲି ଆଶାକର୍ମୀମାନେ ଦାବି କରିଛନ୍ତି । ଏହାସହ ଚିକିତ୍ସା ସମୟରେ ଏନେସଥିସିଆ ଡାକ୍ତରଙ୍କ ସଜାଗ ରହିବା, ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ୨୪ ଘଂଟା ଗମନା ଗମନ ସୁବିଧା, ଲେବର ରୁମକୁ ସଂଗ୍ଲଗ୍ନ କରି ଆଶା ଗୃହ ନିର୍ମାଣ ତଥା ଆବଶ୍ୟକୀୟ ସୁବିଧା ପ୍ରଦାନ, ଅଲଟ୍ରାସାଉଣ୍ଡ ଏବଂ ଫଟୋଲୋଜିକାଲ ଏକଜାମିନିସନ ସକାଳ ୬ରୁ ରାତ୍ରି ୧୦ ଟା ଯାଏଁ ଯୋଗାଇବା, ଚିକିତ୍ସାଳୟରେ ଆଶାକର୍ମୀମାନଙ୍କ ସହ ଭଦ୍ର ବ୍ୟବହାର କରିବା ଆଶାକର୍ମୀମାନଙ୍କ ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଏକ ସ୍ୱତନ୍ତ୍ର ଔଷଧ କାଉଂଟର ନିର୍ମାଣ, ଲେବର ରୁମରେ ପୁରୁଷ ଆଟେଣ୍ଡେଂଟ ପ୍ରବେଶ ନିଷେଧ  ଆଦି ସେମାନେ ଦାବି କରିଛନ୍ତି । ଏନେଇ ଜିଲ୍ଲାପାଳ ସେମାନଙ୍କ ଦାବିଗୁଡ଼ିକ ବିଚାର କରି ନିୟମ ଅନୁସାରେ ପୂରଣ କରାଯିବ ବୋଲି କହିଥିବା ବେଳେ ଦାବି ପୂରଣ ନହେଲେ ଆଶାକର୍ମୀମାନେ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking