ଅଧାବାଟରେ ଅଟକିଲା ୧୦୮ ଆମ୍ବୁଲାନ୍ସ :  ରୋଗୀ ହନ୍ତସନ୍ତ 

ରାମନାଗୁଡ଼ା : ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ । ହଟ୍ଟହଟ୍ଟା ହେଲେ ରୋଗୀ । ଏମିତି ଏକ ଘଟଣା ସୋମବାର ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳଛି । ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ଅନ୍ତର୍ଗତ ସୁଣ୍ଡିଡ଼ାମୁଣୀ ସେବାଶ୍ରମର ଜଣେ ଛାତ୍ର ପବିତ୍ର ଶବରଙ୍କୁ  ମସ୍ତିଷ୍କ ମାଲେରିଆ ଜ୍ୱର ହୋଇଥିଲା । ଏନେଇ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ତେବେ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ୧ କି.ମି ଦୂରରେ ଆମ୍ବୁଲାନ୍ସର ତେଲ ଟାଙ୍କି ପାଇପ୍ ଫାଟି ଯିବାରୁ ହଠାତ୍ ଆମ୍ବୁଲାନ୍ସ ଅଚଳ ହୋଇପଡ଼ିଥିôଲା । ଫଳରେ  ସ୍ଥାନୀୟ ଲୋକେ  ରୋଗୀଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପରେ ଅନ୍ୟ ଏକ ଗାଡ଼ି ଯୋଗେ ରୋଗୀଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଏନେଇ ପରିବାର ଲୋକେ ହନ୍ତସନ୍ତ ହେବା ସହ ଏହାକୁ ସାଧାରଣରେ ନିନ୍ଦା ପ୍ରକାଶ ପାଇଛି ।