32.1 C
Bhubaneswar
Monday, October 21, 2024
Homeଦେଶ ବିଦେଶ୯୯% ଲୋକ ବାୟୁ ପ୍ରଦୂଷଣର ଶିକାର ହେଉଛନ୍ତି: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ

୯୯% ଲୋକ ବାୟୁ ପ୍ରଦୂଷଣର ଶିକାର ହେଉଛନ୍ତି: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ

ଜେନିଭା : ବିଶ୍ୱର ୯୯ ପ୍ରତିଶତ ଲୋକ ବର୍ତ୍ତମାନ ବାୟୁ ପ୍ରଦୂଷଣର ଶିକାର ପାଲଟୁଛନ୍ତି ବୋଲି ଜାତିସଂଘ ସଂସ୍ଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ଏଥିଯୋଗୁଁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କର ପ୍ରାଣହାନି ଘଟୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବିଶ୍ୱର ସବୁ ପ୍ରାନ୍ତରେ ବାୟୁ ପ୍ରଦୂଷଣ ଗମ୍ଭୀର ସମସ୍ୟା ସୃଷ୍ଟି କରୁଥିବାବେଳେ ଗରିବ ରାଷ୍ଟ୍ରଗୁଡିକ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା କୁହାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରସ୍ତାବିତ ବାୟୁମଣ୍ଡଳର ସ୍ୱଚ୍ଛତାଠାରୁ ପ୍ରଦୂଷଣ ମାତ୍ରା ଯଥେଷ୍ଟ ଅଧିକ ରହୁଛି ବୋଲି ଜଳବାୟୁ ପରିବର୍ତ୍ତନ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ମାରିଆ ନିଏରା କହିଛନ୍ତି । ଆଜକୁ ୪ ବର୍ଷ ପୂର୍ବେ ‘ହୁ’ ପକ୍ଷରୁ ଏ ପ୍ରସଙ୍ଗରେ ପ୍ରକାଶିତ ଶେଷ ରିପୋର୍ଟରେ ଦର୍ଶାଯାଇଥିଲା ଯେ ବିଶ୍ୱର ୯୦ ପ୍ରତିଶତ ଲୋକ ବାୟୁ ପ୍ରଦୂଷଣର ଶିକାର ପାଲଟୁଛନ୍ତି । ବିଗତ ଦୁଇବର୍ଷ ଧରି କୋଭିଡ୍ ଯୋଗୁଁ ବିଶ୍ୱରେ ଲକ୍‌ଡାଉନ ଜାରି କରାଯାଇଥିବାରୁ ବାୟୁ ପ୍ରଦୂଷଣ କ୍ୱାଲିଟୀ ନିଶ୍ଚିତଭାବେ ବୃଦ୍ଧି ପାଇଥିଲା । ବର୍ତ୍ତମାନ କୋଭିଡ୍ ଆତଙ୍କ ଏକପ୍ରକାର ନିୟନ୍ତ୍ରଣକୁ ଆସିଥିବା ସତ୍ତ୍ୱେ ବିଗତ ଏକ ବର୍ଷରେ ବାୟୁ ପ୍ରଦୂଷଣର ଶିକାର ହୋଇ ଲକ୍ଷାଧିକ ଲୋକଙ୍କର ପ୍ରାଣହାନି ଘଟିଥିବା ରିପୋର୍ଟରେ କୁହାଯାଇଛି । ୧୧୭ଟି ଦେଶର ପ୍ରାୟ ୬୦୦୦ ସହରର ବାୟୁ କ୍ୱାଲିଟୀକୁ ସର୍ଭେରେ ସାମିଲ କରାଯାଇଥିଲା । ଉପଗ୍ରହ ଚିତ୍ର ଓ ଗାଣିତିକ ମଡେଲକୁ ଆଧାର କରି ‘ହୁ’ ପକ୍ଷରୁ ଏୟାର କ୍ୱାଲିଟୀକୁ ତର୍ଜମା କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଭୂମଧ୍ୟସାଗରର ପୂର୍ବରେ ଅବସ୍ଥିତ ରାଷ୍ଟ୍ର ସମେତ ଦକ୍ଷିଣ ଏସିଆ ଓ ଆଫ୍ରିକାରେ ଏହି ସ୍ଥିତି ଉଦ୍‌ବେଗଜନକ ହୋଇପଡିଥିବା ନିଏରା କହିଛନ୍ତି । ବର୍ତ୍ତମାନ ୟୁକ୍ରେନ୍ ଉପରେ ରୁଷ୍ ପ୍ରବଳ ବୋମା ଓ କ୍ଷେପଣାସ୍ତ୍ର ମାଡ କରୁଥିବାରୁ ସେହି ଅଞ୍ଚଳର ବାୟୁମଣ୍ଡଳର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି ବୋଲି ‘ହୁ’ ମହାନିର୍ଦ୍ଦେଶକ ଟେଡ୍ରସ ଆଡାନମ୍ ଘେବ୍ରେସେୟସ୍ କହିଛନ୍ତି । ସଲଫେଟ୍ ଓ ବ୍ଲାକ୍ କାର୍ବନ ଭଳି ଟକ୍ସିକ୍ ଜାତୀୟ ପଦାର୍ଥ ବାୟୁମଣ୍ଡଳରେ ଅଧିକ ମାତ୍ରାରେ ରହୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking